ବେଆଇନ ବନ୍ଧୁକ ସହ ଧରାପଡିଲେ ରାମସିଂ

ଚୌଦ୍ଵାର (ଶିବବ୍ରତ ଦାସ ): ଚୌଦ୍ୱାର ଥାନା ଅନ୍ତର୍ଗତ ଗୋଡଧୁଆ ଗ୍ରାମର ରାମସିଂ ସିଂଙ୍କୁ ବେଆଇନ ଭାବେ ବନ୍ଧୁକ ରଖିଥିବା ଅଭିଯୋଗରେ ଚୌଦ୍ୱାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଙ୍ଗଲ ଅଞ୍ଚଳରେ ବୁଲିବା ସହ ଜଙ୍ଗଲୀ ପ୍ରାଣୀ ଶିକାର କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ପୋଲିସ ନିକଟରେ ଖବର ପହଞ୍ଚିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଚୌଦ୍ୱାର ଥାନା ଅଧିକାରୀ ରଜନୀକାନ୍ତ ଦାସଙ୍କ ନିର୍ଦ୍ଦେଶକ୍ରମେ ଏ.ଏସ୍‌.ଆଇ (ଏସ୍‌.କେ. ଫକିରୁଦିନ) ଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ରାମସିଂ ସିଂଙ୍କୁ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ କୋର୍ଟ ଚାଲାଣ କରିଛି।