ଶାନ୍ତି ସ୍ରୋତ ଭବନ ଏବଂ ଭଞ୍ଜନଗର ଉପ କାରାଗାର ରେ ଯୋଗ ଦିବସ ପାଳନ

ଭଞ୍ଜନଗର ୨୧/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭଞ୍ଜନଗର ଶାନ୍ତି ସ୍ରୋତ ଭବନ ଠାରେ ରବିବାର ପ୍ରାତଃ ସମୟରେ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୫୦ ରୁ ଅଧିକ ଭାଇ ଭଉଣୀ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ସମାଜସେବୀ ଶୁଳପାଣି ଶତପଥୀ, ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେ ବ୍ୟାୟାମ କରିବାର ଉପଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ । ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ମଧ୍ୟ ରାଜଯୋଗ ଦ୍ୱାରା ମନକୁ ସ୍ଥିର ରଖିବା ସହ ଯୋଗ ଏବଂ ବ୍ୟାୟାମ କରିବା ଜରୁରୀ ବୋଲି କହିଥିଲେ ।

ଏହା ପରେ ଉପ କାରାଗାର ପରିସରରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉପକାରାଗାର ଅଧିକ୍ଷକ ମାନସ ରଞ୍ଜନ ସାମନ୍ତ, ଶ୍ରୀ ଅମିତ ତ୍ରିପାଠୀ, ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ, ପିଙ୍କି ଭଉଣୀ, ବ୍ରହ୍ମା କୁମାର ବିନୋଦ ଭାଇ, ଶିବରାମ ଭାଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଉପ କାରାଗାରର ଅନ୍ତେବାସୀ ମାନଙ୍କୁ ରାଜଯୋଗ ଓ ଶୁଦ୍ଧ ବିଚାରର ପ୍ରଶିକ୍ଷଣ ଦେଇଥିଲେ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ।