ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ, କର୍ଡନ୍ ଭିତରକୁ ଅନଧିକୃତ ଲୋକଙ୍କୁ ସମ୍ପୂର୍ଣ୍ଣ ବାରଣ, ଭିଡ ନିୟନ୍ତ୍ରଣ ପାଇଁ AI ଓ DRONE ବ୍ୟବହାର

ପୁରୀ ୬/୭ (ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକ ଆରମ୍ଭ । ସବୁ ବିଭାଗର ରଥଯାତ୍ରା ପ୍ରସ୍ତୁତିର ହେଉଛି ସମୀକ୍ଷା । ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ,ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର,ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ ଆଦି ମଧ୍ୟ ଉପସ୍ଥିତ ଅଛନ୍ତି । ପୁରୀ ଜିଲ୍ଲାରବିଧାୟିକା ଉପାସନା ମହାପାତ୍ର,ଓମ୍ ପ୍ରକାଶ ମିଶ୍ର, ଆଶ୍ରିତ ପଟ୍ଟନାୟକ, ସୁନୀଲ ମହାନ୍ତି, ତୁଷାରକାନ୍ତି ବେହେରା,ଓ ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । ରଥ ନିର୍ମାଣ,ନୀତିକାନ୍ତି ପାଇଁ ଦ୍ରବ୍ୟ ଯୋଗାଣ,ରାସ୍ତା,ଆଲୋକୀକରଣ, ସୁରକ୍ଷା ବ୍ୟବସ୍ଥାର ଚୂଡାନ୍ତ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଦିଆଯାଇଥିବା ଡେଡ୍ ଲାଇନ୍ ଅନୁଯାୟୀ କେତେ କାମ ହୋଇଛି ,ସେନେଇ ମାନସ ମନ୍ଥନ ହେଉଛି ।ଅଘଟଣ ଶୂନ୍ୟ ରଥଯାତ୍ରା ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୧୦ ସୂତ୍ରୀ ନିର୍ଦ୍ଦେଶ ।୧) ଚଳିତ ବର୍ଷ ବର୍ଷ ଛୋଟ ମୋଟ ଘଟଣା ସତ୍ତ୍ୱେ, ନୀତିକାନ୍ତି ସଠିକ୍ ସମୟରେ ହୋଇଛି । ସେହିପରି ରଥଯାତ୍ରା ସମୟରେ ନୀତିକାନ୍ତି ଠିକ୍ ସମୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।୨) ଭକ୍ତଙ୍କ ସୁରକ୍ଷା ଉପରେ ଫୋକସ ଦେବା ସହ ଇନର୍ କର୍ଡନ୍ ଭିତରକୁ ଅନଧିକୃତ ଲୋକଙ୍କୁ ସମ୍ପୂର୍ଣ୍ଣ ବାରଣ କରିବାକୁ ନିର୍ଦ୍ଦେଶ । କେବଳ ନୀତିକାନ୍ତି ସମ୍ପୃକ୍ତ ସେବକ ଓ ଅଧିକାରୀ ଙ୍କୁ ଇନର୍ କର୍ଡନ ପାସ୍ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ।୩) ଅନୁକୂଳ ପାଗ ଯୋଗୁଁ ରେକର୍ଡ ଭକ୍ତ ଆସି ପାରନ୍ତି । ତେଣୁ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ AI ଓ DRONE ବ୍ୟବହାରକୁ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।୪) ମହିଳା ଯାତ୍ରୀଙ୍କ ସୁରକ୍ଷା ସହିତ ରିଅଲ ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।୫) ଧର୍ମୀୟ ସ୍ଥଳୀକୁ ସବୁବେଳେ ଟାର୍ଗେଟ ଥିବାରୁ ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ପାଇଁ ପ୍ରସ୍ତୁତ ରହିବାକୁ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ।୬) ଦୁର୍ଘଟଣା ବା ଅଘଟଣ ହେଲେ ପ୍ରତ୍ୟେକ ଜୀବନ ବଞ୍ଚାଇବାକୁ ପ୍ରସ୍ତୁତ ରହିବାକୁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।୭) ଯାନବାହନ ଟ୍ରାଫିକ ସୁପରିଚାଳନା ,ଖାଦ୍ୟର ମାନ ଯାଞ୍ଚ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।୮) ପାଣିପାଗର ଅନୁମାନ ଦେଖି ବର୍ଷା କିମ୍ବା ଗୁଳୁଗୁଳି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।୯) ଜାତୀୟ ରାଜପଥ ଦୁର୍ଘଟଣା ରୋକିବାକୁ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।୧୦) ନୀତିକାନ୍ତି ସମ୍ପର୍କରେ ଭକ୍ତଙ୍କୁ ଆଗୁଆ ସୂଚନା ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।