
ବେଗୁନିଆପଡା ୦୮/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ପକ୍ଷରୁ. ଚାଷୀ ର ସମସ୍ତ ଋଣ ଛାଡ଼. ବିନା ସୁଧ ରେ ଏକ ଲକ୍ଷ ନୂତନ ଋଣ ପ୍ରଦାନ. ମାଗଣା ରେ ସାର. ବିହନଔଷଧ ଯୋଗାଣ.ବିଭି-ଗ୍ରାମ ଜି ଆଇନ ରଦ୍ଦ କରି ମନରେଗା ଆଇନ ଲାଗୁ କରି ବାର୍ଷିକ ୨୦୦ .ଦିନ କାମ ଓ ଦୈନିକ ୬୦୦ ଟଙ୍କା ମଜୁରୀ ଦେବା. ଆଦିବାସୀ ଦଳିତ ଗାଁ ସମେତ ସବୁ ଗାଁ ରେ ବିଶୁଦ୍ଧ ପିଇବା ପାଣି. ଓ ଷ୍ଟ୍ରିଟ ଲାଇଟ ଜଳାଇବା. ବାର୍ଦ୍ଧକ୍ୟ ବିଧବା ଭତ୍ତା ଦେବା ଓ ମାସିକ ୩୦୦୦ ଟଙ୍କା ଭତ୍ତା ପ୍ରଦାନ ନ. କୋଦଳା କାଲିମେଘି ପଂଚାୟତ ମାଳଅଂଚଳ ର ୧୨ ଖଣ୍ଡ ଗାଁ ଯୋଗାଯୋଗ ରେ ବଂଚିତ ମୁଖ୍ୟ ମନ୍ତୀ ବସ୍ ସେବା ଜୋକନେଣ୍ଡି ପର୍ଯ୍ୟନ୍ତ ଚଲା ଚଳ କରିବା. ଯୋଗ୍ୟ ହିତାଧିକାରୀ ଙ୍କୁ ରେସନ କାର୍ଡ ଦେବା ପ୍ରତ୍ୟେକ ପରିବାର କୁ, ୩୫ କେଜି ଚାଉଳ ଯୋଗାଇବା ଦାବୀ ନେଇ ବେଗୁନିଆପଡା ବ୍ଲକ ସମୁଖ ରେ ଗଣ ଧାରଣା ବ୍ଲକ ସଭାପତି ମୋଚିଆ ଶବର ସଭାପତିତ୍ୱ ଅନୁଷ୍ଠିତ ହୋଇ ଥିଲା. ଏଥିରେ ଓଡିଶା କୃଷକ ଜିଲ୍ଲା ସଭାପତି ପି. ହରିକୃଷ ରେଡ୍ଡୀ. ବରିଷ୍ଠ କୃଷ୍ଣ ନେତା ଗୋପାଳ କୃଷ୍ଣ ପାଣିଗ୍ରାହୀ.ଜିଲ୍ଲା ଉପ ସଭାପତି ଯୋଗେଶ ଚନ୍ଦ୍ର ସାହୁ. ଆଞ୍ଚଳିକ ସମ୍ପାଦକ ଅଜୟ ଗୌଡ଼. ଜିଲ୍ଲା କମିଟିସଭ୍ୟ ଦିଲ୍ଲୀପ ପଗଡ଼ ଓ ଦୁର୍ଯ୍ୟୋଧନ ସ୍ୱାଇଁ. ବକ୍ତବ୍ୟ ଦେବା ସଙ୍ଗେ ମଙ୍ଗଳା ଶବର.ପ୍ରକାଶ ଜାନି. ନିରାଶ ଜାନି. ବିଜୟ ନାୟକ.ଉଦୟ ପ୍ରଧାନ.ପ୍ରଫୁଲ୍ଲ ନାହାକ.ନବ ଘନ ଦାସ.ରଞ୍ଜୁ ଜାନି. ରୁନୁ ଜାନି. ଦିବାକରଜାନି ଜାନି.ଧାରଣା ପରିଚାଳନା କରିଥିଲେ. ଏକ ପ୍ରତନିଧି ମଣ୍ଡଳୀ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା ଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ଥିଲେ ଆଲୋଚନା ବେଳେ ଗ୍ରାମ ପଂଚାୟତ ଅଧିକାରୀ. ଗ୍ରାମ ଜଳ ଯୋଗାଣ ଯନ୍ତ୍ରୀ. ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ l. ଦାବୀ ପୂରଣ ନହେଲେ ବ୍ୟାପକ ଗଣ ଆନ୍ଦୋଳନ କାରବାକୁ ଚେତାବନୀ ଦେଇ ଛନ୍ତି l.