
ଭଞ୍ଜନଗର :୦୨/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଉଦୟନାଥ ସ୍ମାରକୀ ବିଦ୍ୟାପୀଠ, କୁଲାଙ୍ଗୀ ଠାରେ ସୋରଡ଼ା ବ୍ଲକର ସାମ୍ବିଧାନିକ ସମ୍ମିଳନୀ ବ୍ଲକ ସଭାପତି ତଥା ପ୍ରଧାନଶିକ୍ଷକ ଦୁଃଖିଶ୍ୟାମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଷ୍ଟା ଜିଲ୍ଳା କର୍ମକର୍ତ୍ତା ଦିଲ୍ଲୀପ କୁମାର ପ୍ରଧାନ, ରାମଚନ୍ଦ୍ର ପୋଲାଈ, କେଦାରନାଥ ପଟ୍ଟନାୟକ, ବଳରାମ ବାରିକ, ସୁଧୀର କୁମାର ସେଠି, ସନ୍ତୋଷ କୁମାର ଜେନା, ବିଜୟ କୁମାର ବେହେରା, ଭିକାରୀ ଚରଣ ଗୌଡ଼ ଓ ପ୍ରଧାନଶିକ୍ଷକ ପତିତ ପାବନ ଖୁଣ୍ଟିଆ ଯୋଗଦେଇ ଓଷ୍ଟାର ବିଭିନ୍ନ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ପାଇଁ ଶିଶୁ ଉତ୍ସବ, ମେଧାବୃତ୍ତି ପରୀକ୍ଷା, ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ସରକାରଙ୍କ ପାଖରେ ତାର ନ୍ୟାୟଯୁକ୍ତ ଉପସ୍ଥାପନା ସହ ଓଷ୍ଟାର ଟେଷ୍ଟ ପେପର ଉପରେ ବକ୍ତବ୍ୟ ରଖିଥିଲେ l ସୋରଡ଼ା ବ୍ଲକରେ ପଦୋନ୍ନତି ପାଇ ଯୋଗଦେଇଥିବା କିଛି ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସହ ଅବସର ନେଇଥିବା କିଛି ପ୍ରଧାନଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଏହିଅବସରରେ ଆସନ୍ତା ତିନି ବର୍ଷ ପାଇଁ କର୍ମକର୍ତ୍ତା ଚୟନ ସର୍ବ ସମ୍ମତି କ୍ରମେ କରାଯାଇଥିଲା l ଏଥିରେ ସଭାପତି ଭାବେ ଗୋପାଳ କୃଷ୍ଣ ପ୍ରଧାନ, ଉପସଭାପତି ଭାବେ ମନ୍ଦାକିନୀ ଗୌଡ଼, ଅଶୋକ କୁମାର ମାଲବିଷୋୟୀ, ମୁକୁନ୍ଦ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଭାବେ ପ୍ରିୟ ଦର୍ଶନ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ବୈଷ୍ଟବୀ ପ୍ରଧାନ, ମିନତୀ ରାଣୀ ଜେନା, ସୁକାନ୍ତ କୁମାର ଦାସ, ଜିଲ୍ଳା ସଭ୍ୟଭାବେ ପ୍ରଦୀପ କୁମାର ସାହୁ, ଶ୍ୟାମଘନ ଗୌଡ଼, ରାମଚନ୍ଦ୍ର ବାହିନୀପତି,ରାଜ୍ୟ ସଭ୍ୟ ଭାବେ ପ୍ରଦ୍ୟୁମ୍ନ ରାଉତ ଓ ଦୁର୍ଗାମାଧବ ଷଡ଼ଙ୍ଗୀ ମନୋନୀତ କରାଯାଇଛି l ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦିବ୍ୟ ଶଙ୍କର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ବହୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷା କର୍ମଚାରୀ ପରିଚାଳନା ସହିତ ସହଯୋଗ କରିଥିଲେ l