
ଯାଜପୁର (ଓଡ଼ିଶା ଟୁଡେ): ଯାଜପୁର ଧର୍ମଶାଳାରୁ ଜଣେ କାଶ୍ମୀରୀ ଠକ ଗିରଫ । କ୍ରାଇମବ୍ରାଞ୍ଚ ଏସଟିଏଫ ତାକୁ ଗିରଫ କରିଛି । ତାକୁ ଏବେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି।ଗିରଫ ଯୁବକର ନାଁ ସୟିଦ ଇଶାନ ବୁଖାରୀ । ତା’ଘର କୁପୱରା । ସେ ଛଦ୍ମ ପରିଚୟରେ ୨୦୧୮ ମସିରୁ ଓଡ଼ିଶାରେ ରହୁଥିଲା ଇଶାନ ବୁଖାରୀ । ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତର ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା। ତା’ର ପତ୍ନୀଙ୍କ ସଂଖ୍ୟା ୭ରୁ ଅଧିକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କାଶ୍ମୀର, ୟୁପି, ମହାରାଷ୍ଟ୍ର, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟର ଯୁବତୀଙ୍କୁ ସେ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ଏହାବାଦ ବିଭିନ୍ନ ୱେବସାଇଟ୍ ଓ ଆପ୍ରେ ମଧ୍ୟ ସେ ଯୁବତୀଙ୍କ ସହ ସଂପର୍କ ରଖିଥିଲା ବୋଲି ବୋଲି ପ୍ରେସମିଟ୍ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଆଇଜି। ବୁଖାରୀ ଜଣେ ବହୁତ ବଡ଼ ଠକ । ତା’ର ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି। ୭ ଦିନ ପାଇଁ ରିମାଣ୍ଡରେ ନେଇ ବୁଖାରୀକୁ ପଚରାଉଚରା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହ କାଶ୍ମୀର ଓ ପଞ୍ଜାବ ପୋଲିସ ସହ ବି ଯୋଗାଯୋଗରେ ଅଛୁ । ୨୦୧୮ରୁ ଓଡ଼ିଶାରେ ରହୁଥିଲା ବୁଖାରୀ । ନିଜକୁ ଡାକ୍ତର ବୋଲି କହୁଥିଲା । ପୋଲିସ ଅଧିକାରୀ ଓ ଏନଆଇଏ ଅଧିକାରୀଙ୍କ ନିକଟତମ ବି କହୁଥିଲା ବୋଲି କ୍ରାଇମବ୍ରାଞ୍ଚ ଆଇଜି କହିଛନ୍ତି ।