
କଟକ (ଓଡ଼ିଶା ଟୁଡେ): ଦେଢ଼ଶହ ବର୍ଷରେ ପଦାର୍ପଣ କରିଛି ଓଡ଼ିଶାର ସର୍ବ ପୁରାତନ ବାଳିକା ବିଦ୍ୟାଳୟ ରେଭେନ୍ସା ବାଳିକା ବିଦ୍ୟାଳୟ । ଏଥିପାଇଁ ବାଳିକା ବିଦ୍ୟାଳୟର ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଉତ୍କର୍ଷର ୧୫୦ ବର୍ଷ ୨୦୨୩ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ରବିବାର ଥିଲା ଉଦଯାପନୀ ଦିବସ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତିର କମିଶନର ଓ ସଚିବ ସୁଜାତା କାର୍ତ୍ତିକେୟନ ଓ ସାଂସଦ ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ । ଏହି ଅବସରରେ ପୁରାତନ ଛାତ୍ରୀ ସଂସଦର ସଭ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅତିଥିମାନେ ନିଜର ଭାଷଣ ମାଧ୍ୟମରେ ସ୍କୁଲ ଛାତ୍ରୀ ମାନଙ୍କୁ ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ । ଏହା ସହ କିଛି ପୁରାତନ ଛାତ୍ରୀ ମାନେ କଲେଜ୍ର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ସହାୟତାର ହାତ ମଧ୍ୟ ବସାଇଥିଲେ । ସର୍ବ ପୁରାତନ ବାଳିକା ସ୍କୁଲ କୁ ଆସି ବହୁତ୍ ଭଲ ଅନୁଭୂତି ସହ ଗର୍ବ ଅନୁଭବ କରିଥିବା କଥା କହିଛନ୍ତି ସଚିବ ସୁଜାତା କାର୍ତ୍ତିକେୟନ ।