ANI ପ୍ରଶ୍ନୋତ୍ତର ରେ କହିଲେ – କେବେ ପ୍ରତ୍ୟାହାର ହେବନି ସିଏଏ : ଅମିତ ଶାହ

ନୂଆଦିଲ୍ଲୀ (ଏଜେନ୍ସି): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିରୋଧୀ ଦଳ ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତିି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏକ ସାକ୍ଷାତକାରରେ ଶାହ କହିଛନ୍ତି ଯେ ସିଏଏ ଆଇନକୁ କେବେ ବି ପ୍ରତ୍ୟାହାର କରାଯିବ ନାହିଁ। ଦେଶରେ ଭାରତୀୟ ନାଗରିକତା ନିଶ୍ଚିତ କରିବା ଆମର ସାର୍ବଭୌମ ଅଧିକାର ଏବଂ ଆମେ ଏହା ସହ ସାଲିସ କରିପାରିବୁ ନାହିଁ ବୋଲି ଶାହ କହିଛନ୍ତି । ବିରୋଧୀ ଦଳ ତୁଷ୍ଟିକରଣ ରାଜନୀତି କରୁଛନ୍ତି । ସିଏଏ ମୁସଲିମ ବିରୋଧୀ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତିି ଶାହ ।

ସିଏଏ ବିଜ୍ଞପ୍ତି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ଶାହ ସମାଲୋଚନା କରିଛନ୍ତିି । ସେ କହିଛନ୍ତି, ‘ସେହି ଦିନ ବେଶି ଦୂର ନୁହେଁ ଯେବେ ବେଙ୍ଗଲରେ ବିଜେପି ସରକାର ଗଢ଼ିବ ଏବଂ ଆମେ ଅନୁପ୍ରବେଶ ବନ୍ଦ କରିବୁ। ଯଦି ଆପଣ (ମମତା ବାନାର୍ଜୀ) ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଏ ପ୍ରକାର ରାଜନୀତି କରିବେ ଏବଂ ତୁଷ୍ଟିକରଣ ରାଜନୀତି ପାଇଁ ଅନୁପ୍ରବେଶକୁ ପ୍ରୋତ୍ସାହିତ କରିବେ, ତେବେ ଜନସାଧାରଣ ଆପଣଙ୍କ ସହ ରହିବେ ନାହିଁ। ମମତା ବାନାର୍ଜୀ ଜଣେ ଶରଣାର୍ଥୀ ଏବଂ ଅନୁପ୍ରବେଶକାରୀଙ୍କ ମଧ୍ୟରେ ପାର୍ଥକ୍ୟ ବୁଝି ପାରୁନାହାଁନ୍ତି ବୋଲି ଶାହ କହିଛନ୍ତି ।

Leave a Reply

Your email address will not be published. Required fields are marked *