
ଭୁବନେଶ୍ବର (ଓଡ଼ିଶା ଟୁଡେ): ଶନିବାର ରାଜ୍ୟରେ ଯେଉଁ ତାପମାତ୍ରା ଅନୁଭୂତ ହୋଇଛି ତାହା ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଶନିବାର ଓଡିଶାର ତାପମାତ୍ରା 45 ଡିଗ୍ରୀ ପାର ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବାରିପଦା ଏବଂ ବୌଦ୍ଧରେ 45.2 ଡିଗ୍ରୀ ଲେଖାଏଁ ତାତି ଅନୁଭୂତ ହୋଇଛି। ଚଳିଚ ବର୍ଷ ପୂର୍ବରୁ ଏପରି ତାପମାତ୍ର ଅନୁଭୂତ ହୋଇ ନ ଥିଲା ।

ଶନିବାର ରାଜ୍ୟର 13 ସହର ରେ ତାପମାତ୍ରା 43 ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ସେହିପରି 30 ସହରରେ ତାପମାତ୍ରା 40 ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି ।