ଆଜି ମୋଦୀ ବାଣ୍ଟିବେ ‘ସୁଭଦ୍ରା’ ଟଙ୍କା: ପ୍ରଥମଥର ଓଡ଼ିଶାରେ ଜନ୍ମଦିନ ପାଳିବେ

ଭେଟିଦେବେ। ଏଥିରେ ରେଳ ଭିତ୍ତିଭୂମିର ଶିଳାନ୍ୟାସ ଓ ଉଦ୍‌ଘାଟନ ପ୍ରକଳ୍ପ ଅଛି। ଏହାସହ ୧ହଜାର କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। କେବଳ ଓଡ଼ିଶା ପାଇଁ ନୁହେଁ, ଏହି ମଞ୍ଚରୁ ପ୍ରଧାନମନ୍ତ୍ରୀ ୧୪ଟି ରାଜ୍ୟର ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ ଅଧୀନରେ ପ୍ରାୟ ୧୦ଲକ୍ଷ ହିତାଧିକାରୀଙ୍କୁ ସହାୟତାର ପ୍ରଥମ କିସ୍ତି ପ୍ରଦାନ କରିବେ। ଏହି ଅବସରରେ ସାରା ଦେଶର ପିଏମ୍‌ଏୱାଇ (ଗ୍ରାମୀଣ ଓ ସହରାଞ୍ଚଳ)ର ୨୬ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ ।

ପ୍ରଧାନମନ୍ତ୍ରୀ ଗାଡ଼କଣରେ ପିଏମ୍‌ ଆବାସ ଯୋଜନା (ସହରାଞ୍ଚଳ)ରେ ନିର୍ମାଣ ହୋଇଥିବା ଏକ ଘରର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କୁ ଘରର ଚାବି ପ୍ରଦାନ କରିବା ସହ ଗୃହପ୍ରବେଶ କରାଇବେ। ଏହାସହ ୧୦ଜଣ ହିତାଧିକାରୀ ଏବଂ ୧୦ଜଣ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରଧାନମନ୍ତ୍ରୀ ପିଏମ୍ଏୱାଇ-ଜି (ଗ୍ରାମୀଣ) ପାଇଁ ଅତିରିକ୍ତ ପରିବାରର ସର୍ଭେ ପାଇଁ ଆବାସ+୨୦୨୪ ଆପ୍ ମଧ୍ୟ ଉନ୍ମୋଚନ କରିବେ ।

ପିଏମ୍‌ଏୱାଇ- ୟୁ୨.୦ (ସହରାଞ୍ଚଳ ବାସହୀନଙ୍କ ପାଇଁ) ର କାର୍ଯ୍ୟକାରୀ ମାର୍ଗଦର୍ଶିକା ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିବେ।୧୦ଟି ସ୍ଥାନରେ ବଣ୍ଟାହେବ ଜନ୍ମଦିନ ଲଡ଼ୁ ଭୁବନେଶ୍ବର,୧୬/୯(ଇମିସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ତାଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ଆସୁଥିବାରୁ ଏହା ଯେପରି ତାଙ୍କର ସ୍ମରଣୀୟ ହୋଇ ରହିବ ସେଥିପାଇଁ ଓଡ଼ିଶା ବିଜେପି ପକ୍ଷରୁ ବଡ଼ ଆୟୋଜନ କରାଯାଇଛି ।

ମୋଦୀ ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ଯିବା ରାସ୍ତାରେ ବିଭିନ୍ନ ସ୍ଥାନରେ ତାଙ୍କ ଶୁଭେଚ୍ଛୁମାନେ ତାଙ୍କ ଗାଡ଼ି ଉପରକୁ ଫୁଲ ପକାଇବେ। ବିଜେପି ପକ୍ଷରୁ ୧୦ଟି ସ୍ଥାନରେ ମୋଦୀଙ୍କ ଜନ୍ମଦିନ ପାଇଁ ଲୋକଙ୍କୁ ଲଡ଼ୁ ଖୁଆଇ ମୁହଁ ମିଠା କରାଯିବ। ଏଥିପାଇଁ ବିମାନବନ୍ଦରସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଛକ, ବିମାନବନ୍ଦର ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ରାଜଭବନ, ପାୱାର ହାଉସ୍ ଛକ, ଶାସ୍ତ୍ରୀନଗର, କଳିଙ୍ଗ ଷ୍ଟାଡିୟମ, ଜୟଦେବବିହାର, ପାଲ୍‌ ହାଇଟ୍‌ସ ଛକରେ ଲଡ଼ୁ ବଣ୍ଟାଯିବ ।

Leave a Reply

Your email address will not be published. Required fields are marked *