କେନ୍ଦ୍ର ସରକାର ‘ଖେଲୋ ଇଣ୍ଡିଆ’ ଭଳି ଯୋଜନା କରି କ୍ରୀଡ଼ାକୁ ପ୍ରୋତ୍ସାହିତ କରୁଛନ୍ତି: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଁ ବି ଜଣେ ଖେଳାଳି। ଫୁଟବଲ୍, କ୍ରିକେଟ୍ ଖେଳୁଥିଲି। ଭଲ ଭଲିବଲ୍ ବି ଖେଳୁଥିଲି।। କେନ୍ଦୁଝର ଜିଲ୍ଲାରେ ତାଙ୍କର ଦ୍ଵିତୀୟ ଦିନର ଗସ୍ତ କାର୍ଯ୍ୟକ୍ରମ ସମୟରେ କେନ୍ଦୁଝର ଷ୍ଟାଡିୟମ୍ ପଡ଼ିଆରେ ମର୍ଣ୍ଣିଂ ୱାକ୍ ସହ ଚାଏ ପେ’ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକଥା କହିଛନ୍ତି।ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ଭଳି ଯୋଜନା କରି କ୍ରୀଡ଼ାକୁ ପ୍ରୋତ୍ସାହିତ କରୁଛନ୍ତି ।

କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ, ଅଧିକ ପ୍ରତିଭା ସୃଷ୍ଟି କରାଯିବ। କେନ୍ଦୁଝରରେ ଜାତୀୟସ୍ତରର ଷ୍ଟାଡ଼ିୟମ କରିବାକୁ ପ୍ରୟାସ କରାଯିବ। ବିଧାୟକ ଥିବା ବେଳେ କେନ୍ଦୁଝର ଷ୍ଟାଡ଼ିୟମ୍ ପାଇଁ ମୁଁ ଦାବି କରି ଆସୁଛି। କିନ୍ତୁ ପୂର୍ବ ସରକାର ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ହେଲେ ଏବେ କେନ୍ଦୁଝରରେ ଷ୍ଟାଡ଼ିୟମ୍ ହେବ। ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା ସରିଛି।ସେଠାରେ ମୁଖ୍ୟମନ୍ତ୍ରୀ ନାଲି ଚା’ ବି ପିଇଥିଲେ। ଏଣେ ଆଜି କେନ୍ଦୁଝର ଡି. ଡି. କଲେଜ ପଡ଼ିଆରେ ହେଲଥ କ୍ୟାମ୍ପରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏହାଛଡ଼ା ସେ କେନ୍ଦୁଝର ଅଡିଟୋରିୟରେ ସମ୍ବାଦ ପକ୍ଷରୁ ଆୟୋଜିତ କ୍ଲାଇମେଟ୍ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେବେ।

Leave a Reply

Your email address will not be published. Required fields are marked *