ଫିଲାଡେଲଫିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ପହଞ୍ଚିଛନ୍ତି। ଆମେରିକାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ମଧ୍ୟ ହେବ । ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବାଇଡେନଙ୍କ ମଧ୍ୟରେ ଅନେକ ବୁଝାମଣା ହୋଇପାରେ ।

ଏହାବ୍ୟତୀତ କର୍କଟ ରୋଗର ମୁକାବିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇପାରେ ।କ୍ୱାଡ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ୪ଟି ପ୍ରମୁଖ ଦେଶ ମଧ୍ୟରୁ ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ନେତା ଯିଏ କି ଉଭୟ ୟୁକ୍ରେନ୍ ଏବଂ ରୁଷର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, କ୍ୱାଡ୍ ଶିଖର ସମ୍ମିଳନୀରେ ମୁଁ ମୋର ସାଥୀ ନେତା ରାଷ୍ଟ୍ରପତି ବାଇଡେନ୍, ପ୍ରଧାନମନ୍ତ୍ରୀ ମରିସନ୍ ଏବଂ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ଭେଟିବାକୁ ଆଗ୍ରହୀ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ସମଭାବାପନ୍ନ ଦେଶମାନଙ୍କର ଏକ ଅଗ୍ରଣୀ ଗୋଷ୍ଠୀ ଭାବେ ଏହି ମଞ୍ଚ ଉଭା ହୋଇଛି। ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ କ୍ୱାଡ୍ ର ଅଂଶ ବିଶେଷ।ସୂଚନାଯୋଗ୍ୟ ଯେ କ୍ୱାଡ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ୪ଟି ପ୍ରମୁଖ ଦେଶ ମଧ୍ୟରୁ ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ନେତା ଯିଏ କି ଉଭୟ ୟୁକ୍ରେନ୍ ଏବଂ ରୁଷର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।

Leave a Reply

Your email address will not be published. Required fields are marked *