
ଭଞ୍ଜନଗର (ଓଡ଼ିଶା ଟୁଡେ) : ଭାରତର କୋଣ ଅନୁକୋଣରୁ ମୁନି ଋଷିମାନେ ଆସନ୍ତା ନଭେମ୍ବର ୨୨ ତାରିଖରୁ ୨୭ ତାରି ଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଭଞ୍ଜନଗରରେ ଆୟୋଜିତ ହେବାକୁ ଥିବା ବିଶାଳ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଛି। ଏଥି ନିମନ୍ତେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମି ଟି କାର୍ଯ୍ୟାଳୟ ପରି ସରକୁ ଚୟନକରାଯାଇଛି। ଗତ ଶୁକ୍ରବାର ସନ୍ଧ୍ୟାରେ ଏନଏସି ଟାଉନ ହଲ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ ଏଥିରେ ସାମିଲ କରିବାକୁ କହିଥିଲେ। ଏହାକୁ ବର୍ଷାଜ୍ୟ ପରିବେଶରେ ସମ୍ପାଦନା କରିବା ନେଇ ସମସ୍ତ ସ୍ତ ଅଞ୍ଚଳବାସୀ ଏକଜୁଟ ହୋଇ କାର୍ଯ୍ୟକରିବା ନେଇ ବିଧାୟକ ଶ୍ରୀ ନାୟକ ନିବେଦନ କରିଥିଲେ। ପ୍ରଥମ ଥର ପାଇଁ ବଡ ଧରଣର ଏଭଳି ଏକ ଯଜ୍ଞ କାର୍ଯ୍ୟ ହେଉଥିବାରୁ ଭଞ୍ଜନଗର ଅଞ୍ଚଳର ଯେଭଳି ସ୍ୱତନ୍ତ୍ର ମର୍ଯ୍ୟଦା ରହିବ ସେଦିଗରେ ସମସ୍ତେ ଏକ ମନ ପ୍ରାଣରେ କାର୍ଯ୍ୟ କରିବାକୁ ସେ ଆହ୍ଵାନ ଦେଇଥିଲେ ।
ଉକ୍ତ ୨୧ କୁଣ୍ଡିୟ ଘୃତଯଜ୍ଞ ସହ ନାମ ଯଜ୍ଞ, ଅନ୍ନଯଜ୍ଞ, ଗୋ ଯଜ୍ଞ ଓ ଜ୍ଞାନ ଯଜ୍ଞ ଭଳି ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ଅକ୍ଟୋବର ୨୩ ତାରିଖ ଦିନ ଶୁଭଖୁଣ୍ଟି ସ୍ଥାପନ ସହ ଯଜ୍ଞ ପୂର୍ବରୁ ହଜାର ହଜାର ମହିଳାଙ୍କ ସହାୟତାରେ ଏକ କଳସ ଯାତ୍ରା କରିବା ପାଇଁ ନିଷ୍ପଭି ନିଆଯାଇଥିଲା। ଏଥିରେ ସମସ୍ତ ସ୍ୱେଛାସେବୀ ଅନୁଷ୍ଠାନ, ଧାର୍ମିକ, ବ୍ୟବସାୟିକ ପ୍ରତିଷ୍ଠାନର ସଦସ୍ୟ ଏବଂ ବହୁ ବୃଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି ବୈଠକରେ ଭଞ୍ଜନଗର ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର, ଉପାଧ୍ଯକ୍ଷା ଶୁଭଶ୍ରୀ ଦାସ, ଉପସଭାପତି ଅକ୍ଷୟ କୁମାର ନାୟକ, ସହ ସମ୍ପାଦକ ସୁରେନ୍ଦ୍ର ବିଷୋୟୀ, କୋଷାଧକ୍ଷ କେ.ଶଙ୍କର ନାରାୟଣ ପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିବାବେଳେ ପ୍ରାକ୍ତନ ଅଧ୍ଯକ୍ଷ ଶିବରାମ ପଣ୍ଡା, ପ୍ରଫୁଲ ପଣ୍ଡା, ସୁଧୂର ରଞ୍ଜନ ବେହେରା, ଗୁପ୍ତେଶ୍ଵର ସୁବୁଦ୍ଧି, ମାନସ ଜେନା, ଧୋବା ଗୌଡ, ରବିନ୍ଦ୍ର ଗୌଡ ସମେତ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହାକୁ ଅରକ୍ଷିତ ପରିଚ୍ଛା ସଂଯୋଜନା କରିଥିଲେ ।