ଅଙ୍ଗନୱାଡ଼ି କର୍ମୀ, ସହାୟକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ଲକ୍ଷ୍ମୀପ୍ରସାଦ : ବୌଦ୍ଧ ଥାନା ବିଜାପଦର ଗ୍ରାମରେ ଦୁଇ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଗାଁ ଦାଣ୍ଡରେ ବିଜାପଦର ଗ୍ରାମର ଧୀରେନ ସେଠୀ ତାଙ୍କ ପତ୍ନୀ ଓ ମା’ ଉଭୟ ପୀଡ଼ିତାଙ୍କୁ ଶାଢ଼ି ଟାଣି ନିସ୍ତୁକ ପିଟିଥିବା ଯୋଗୁଁ ଉଭୟେ ବଘିଆପଡ଼ା ଫାଣ୍ଡି ଓ ବୌଦ୍ଧ ଅଦର୍ଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଆକ୍ରମଣର ଶିକାର ହୋଇଛନ୍ତି କଲ୍ୟାଣୀ ଥାଟି ଓ ସହାୟକ ସୁମତି ମହାକୁଡ଼।ରିପୋର୍ଟ ଅନୁଯାୟୀ ବୌଦ୍ଧ ଅଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ବିଜାପଦର ଅଙ୍ଗନୱାଡି ସହାୟକ ଧୀରେନ ସେଠୀଙ୍କ ପିଲାକୁ ଘରକୁ ଛାଡ଼ିବାକୁ ଯାଇଥିବା ବେଳେ ସମୟ ଜ୍ଞାନ ଠିକ ନଥିବା କହି ତାଙ୍କ ଯୁକ୍ତିତର୍କ ହୋଇଥିଲା ।

ଦିନ ୨ ଟାରେ ଛୁଟି ଥିବା ବେଳେ ୧ଟାରେ ସହାୟିକା ଛାଡ଼ି ଆସିଥିବା ବେଳେ ବିଳମ୍ବ ହେଲା ବୋଲି ସହାୟିକାଙ୍କୁ ଧୀରେନର ପରିବାର ଲୋକେ ଯୁକ୍ତିତର୍କ କରିଥିଲେl ଏହା ଦେଖି ଅଙ୍ଗନୱାଡି କର୍ମୀ ମଧ୍ୟ ବୁଝାଶୁଝା କରୁଥିବା ବେଳେ ଧୀରେନ ସେଠି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ତାଙ୍କର ପତ୍ନୀ ଓ ମା ମଧ୍ୟ ସହଯୋଗ କରିଥିଲେ।ବିଜାପଦର ଅଙ୍ଗନୱାଡି ସହାୟକ ଧୀରେନ ସେଠୀଙ୍କ ପିଲାକୁ ଘରକୁ ଛାଡ଼ିବାକୁ ଯାଇଥିବା ବେଳେ ସମୟ ଜ୍ଞାନ ଠିକ ନଥିବା କହି ତାଙ୍କ ଯୁକ୍ତିତର୍କ ହୋଇଥିଲା। ଦିନ ୨ ଟାରେ ଛୁଟି ଥିବା ବେଳେ ୧ଟାରେ ସହାୟିକା ଛାଡ଼ି ଆସିଥିବା ବେଳେ ବିଳମ୍ବ ହେଲା ବୋଲି ସହାୟିକାଙ୍କୁ ଧୀରେନର ପରିବାର ଲୋକେ ଯୁକ୍ତିତର୍କ କରିଥିଲେlଏନେଇ ପୀଡିତା ଦ୍ବୟ ବଘିଆପଡ଼ା ଫାଣ୍ଡି ଦ୍ୱାରାସ୍ଥ ହୋଇଥିଲେ। ତାଙ୍କୁ ସେଠାରେ ବୌଦ୍ଧ ଅଦର୍ଶ ଥାନାକୁ ଯିବା ପାଇଁ ଫାଣ୍ଡିରରୁ କହିଥିଲେ। ତେବେ ବାଲେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କୁ ମାଡ଼ ମରା ଘଟଣା ପୀଡିତାଙ୍କ ସମ୍ପର୍କୀୟ ଦୋହରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବୌଦ୍ଧ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *