ଭଂଜନଗର ଶାନ୍ତିସ୍ରୋତ ଭବନ ଠାରେ ଚୈତନ୍ୟ ନବଦୁର୍ଗା ଦେବୀଙ୍କ ଝାଙ୍କିର ଶୁଭାରମ୍ଭ

ଭଂଜନଗର (ଓଡ଼ିଶା ଟୁଡେ) : ଭାରତୀୟ ସଂସ୍କୃତିର ମହାନ୍ ପର୍ବ ଦଶହରା ଉପଲକ୍ଷେ ନବଦୁର୍ଗା ଦେବୀଙ୍କ ଚୈତନ୍ୟ ଝାଙ୍କି ସହିତ ଭଞ୍ଜନଗର ବ୍ରହ୍ମାକୁମାରୀସ୍ ଉପସେବା କେନ୍ଦ୍ରର ୪୧ତମ ବାର୍ଷିକ ଉତ୍ସବ ନିଳାଦ୍ରୀ ବିହାର ଦ୍ବିତୀୟ ଲେନ ସ୍ଥିତ ଶାନ୍ତିସ୍ରୋତ ଭବନରେ ମହାସମାରୋହରେ ପାଳନ କରାଯାଇଛି। ଏହି ଅବସରରେ ପୂର୍ବାହ୍ନରେ ଏମ୍ ଭି ଆଇ ଶ୍ରୀମତୀ ଶର୍ମିଳା ମହାରଣାଙ୍କ ଦ୍ୱାରା ପତାକା ଉତ୍ତୋଳନ ସହିତ ଶାନ୍ତି ଶୋଭାଯାତ୍ରାର ଶୁଭ ଉଦ୍ଘାଟନ କରାଯାଇଥିଲା ।

ଏହି ଶୋଭାଯାତ୍ରା ଭଞ୍ଜନଗର ସହର ପରିକ୍ରମା କରିବାସହ ତ୍ରିଦିବସୀୟ ଝାଙ୍କିର ଶୁଭ ସନ୍ଦେଶ ପ୍ରଦାନ କରିଥିଲେ। ସନ୍ଧ୍ୟା ସମୟରେ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ କୁମର ମୁଦୁଲି ମହୋଦୟଙ୍କ ସ୍ବକରକମଳରେ ଚୈତନ୍ୟ ଝାଙ୍କିର ଶୁଭ ଉଦ୍ଘାଟନ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବ୍ରହ୍ମା କୁମାର ଅଶ୍ବିନୀ ଭାତ୍ରା, କେନ୍ଦ୍ର ସଞ୍ଚାଳିକା ରାଜ ଯୋଗିନୀ ସନ୍ତୋଷିନୀ ଭଉଣୀ ମଞ୍ଚସ୍ଥ ଥିଲେ । ନବଦୁର୍ଗାଙ୍କ ନବ ସ୍ବରୂପର ମହନୀୟତା ବିଷୟରେ ବର୍ଣ୍ଣନା କରିଥିଲେ। ବ୍ରହ୍ମା କୁମାରୀ ନିରୁପମା, ଅଲିଭା, ଅନୀତା, ବ୍ରହ୍ମାକୁମାର ବୈକୁଣ୍ଠ ଭାତ୍ରା ସମେତ ଅନ୍ୟ ଭାଇଭଉଣୀଙ୍କ ସହଯୋଗରେ ଶୃଙ୍ଖଳିତ ଭାବରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦାନ ହୋଇଥିଲା। କୁନି କୁନି ପିଲାଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *