ରାମ ମନ୍ଦିର ପ୍ରତିଷ୍ଠା ପରେ ପ୍ରଥମ ଦୀପୋତ୍ସବ: ୨୫ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

ଅଯୋଧ୍ୟା: ଚଳିତ ବର୍ଷ ଜାନୁଆରିରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଅଯୋଧ୍ୟାରେ ଚଳିତ ବର୍ଷର ପ୍ରଥମ ଦୀପାବଳି ଉତ୍ସବ ଅନୁଷ୍ଠିତ ହେଉଛି। ଆଜି ଦୀପୋତ୍ସବରେ ସରଯୁ ନଦୀ କୂଳରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜାଳି ସରକାର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ଗିନିଜ୍ ୱାର୍ଲ୍ଡ ରେକର୍ଡର ପରାମର୍ଶଦାତା ନିଶ୍ଚଲ ବାରୋଟଙ୍କ ନେତୃତ୍ୱରେ ୩୦ ଜଣିଆ ଟିମ୍ ୫୫ଟି ଘାଟରେ ଡ୍ରୋନ୍ ବ୍ୟବହାର କରି ଦୀପ ଗଣନା କରିଛନ୍ତି ।

ଅଧିକାରୀମାନେ ସ୍ଥାନୀୟ କାରିଗରଙ୍କଠାରୁ ୨୮ ଲକ୍ଷରୁ ଅଧିକ ଦୀପ ମଗାଇଥିବା ବେଳେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜାଳିବାକୁ ସମର୍ଥ ହୋଇଥିଲେ।ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସହରରେ ପ୍ରାୟ ୧୦ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ରାମ ମନ୍ଦିର ଅଞ୍ଚଳର ପରିବେଶ ସୁରକ୍ଷିତ ରଖିବା ଏବଂ ପ୍ରଦୂଷଣ କମ୍ କରିବା ପାଇଁ ସ୍ୱତନ୍ତ୍ର ମାଟି ଦୀପ ବ୍ୟବହାର କରାଯାଇଛି। ୩୦ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଘାଟକୁ ଫୁଲ ଓ ଆଲୋକରେ ସଜ୍ଜିତ କରି ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *