ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦୀ

କଚ୍ଛ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଗୁଜରାଟର କଚ୍ଛ ସ୍ଥିତ ସାର୍‌ କ୍ରିକ୍‌ ଲକ୍କି ନାଲାଠାରେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌), ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର ଯବାନଙ୍କ ସହ ଦୀପାବଳି ପାଳନ କରି ପୂର୍ବ ପରମ୍ପରାକୁ ବଜାୟ ରଖିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପାକିସ୍ତାନ ସୀମାରେ ଥିବା ବିଏସ୍‌ଏଫ୍‌ ପୋଷ୍ଟ ପରିଦର୍ଶନ କରି ଯବାନଙ୍କ ସହ କଥାବାର୍ତ୍ତା କରିବା ସହ ଦୀପାବଳି ଶୁଭେଚ୍ଛା ଜଣାଇଥିଲେ।୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିଭିନ୍ନ ସ୍ଥାନରେ ଯବାନଙ୍କ ସହ ଦୀପାବଳି ପାଳନ କରି ଏହାକୁ ପରମ୍ପରାରେ ପରିଣତ କରିଛନ୍ତି ।

ପ୍ରତିବର୍ଷ ମୋଦୀ ଏହି ଅବସରରେ ସାମରିକ କେନ୍ଦ୍ର ପରିଦର୍ଶନ କରନ୍ତି, ଯେଉଁଠାରେ ସେ ସୈନିକମାନଙ୍କ ସହ କଥାବାର୍ତ୍ତା କରିବା ସହ ଦୀପାବଳି ଉତ୍ସବ ପାଳିଥାନ୍ତି। ସୂଚନାଯୋଗ୍ୟ, ଗୁଜରାଟ କଚ୍ଛ ଅଂଚଳ ରଣନୈତିକ ଦୃଷ୍ଟିରୁ ଅତୀବ ଗୁରୁତ୍ବପୂର୍ଣ୍ଣ। ଏହି ଅଞ୍ଚଳରେ ଭାରତର ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ସୁରକ୍ଷା ବାହିନୀର ଦୃଢ଼ ଉପସ୍ଥିତି ରହିଛି। ୨୦୨୨ରେ ମୋଦୀ କାର୍ଗିଲରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିବା ବେଳେ ଗତବର୍ଷ ହିମାଚଳ ପ୍ରଦେଶର ଲେପ୍‌ଚାରେ ସୈନିକଙ୍କ ସହ ଏହି ପର୍ବ ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *