ଆଇଏଲଏସ ପକ୍ଷରୁ ନବରଙ୍ଗପୁରରେ ଜୈବ ପୁଷ୍ଟିଯୁକ୍ତ ମକା ଚାଷ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର (ଓଡିଶା ଟୁଡେ): ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ବ୍ରିକ୍-ଆଇଏଲଏସ୍), ଭୁବନେଶ୍ୱର ପକ୍ଷରୁ ଆଜି ନବରଙ୍ଗପୁରରେ ଜୈବ ପୁଷ୍ଟିଯୁକ୍ତ ମକା ଚାଷ ଉପରେ ଏକ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇସିଏଆର୍-ସିଆଇଏଫଏ, ଆଇସିଏଆର୍-ସିଟିସିଆରଆଇ ଏବଂ ଆଇସିଏଆର୍-ସିଇଏସ୍ ସହିତ ମିଶି ବ୍ରିକ୍-ଆଇଏଲଏସ୍ ଭାରତ ସରକାରଙ୍କ ଜୈବପ୍ରଯୁକ୍ତି ବିଭାଗ (ଡିବିଟି) ଦ୍ୱାରା ପ୍ରାୟୋଜିତ ବାୟୋଟେକ୍-କିଷାନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି।ପୂର୍ବ ଖରିଫ ଋତୁରେ, ବ୍ରିକ୍- ଆଇଏଲଏସ୍ ୩୦ ଏକର ଜମିରେ ଏଚକ୍ୟୁପିଏମ୍ ୫ ମକା ଚାଷ ଆରମ୍ଭ କରିଥିଲା, ଯେଉଁଥିରେ ପ୍ରୋଭିଟାମିନ୍ ଏ ଏବଂ ଅତ୍ୟାବଶ୍ୟକ ଆମିନୋ ଏସିଡ୍ ପ୍ରଚୁର ମାତ୍ରାରେ ରହିଛି। କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର କୃଷକମାନଙ୍କ ଠାରୁ ଅଧିକ ଚାହିଦା ଥିବାରୁ ଚଳିତ ରବି ଋତୁରେ ଏହି ଅଞ୍ଚଳକୁ ୧୦୦ ଏକରକୁ ସମ୍ପ୍ରସାରିତ କରାଯିବ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁରର ସାଂସଦ ଶ୍ରୀ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ଭତରା, କୋଟପାଡ଼ ବିଧାୟକ ରୁପୁ ଭତରା, ନବରଙ୍ଗପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ସମେତ ଆଇଏଲଏସର ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *