‘ସଫଲ’ର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୃଷି ଋଣ ପାଇଁ ସରଳୀକୃତ ଆବେଦନ (ସଫଲ) ପଦକ୍ଷେପ ଉପରେ ଏକ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗଦେଇଛନ୍ତି। ଶୁକ୍ରବାର କୃଷି ଭବନରେ ଏହା ଅନୁଷ୍ଠିତ ହୋଇଥିଲା।ଉପମୁଖ୍ୟମନ୍ତ୍ରୀ କୃଷି ଋଣ ଲାଭର ସର୍ବାଧିକ ଉପଯୋଗକୁ ସୁନିଶ୍ଚିତ କରି ଏକ ସମୟସୀମା ମଧ୍ୟରେ ସଫଲରେ କୃଷକଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।କୃଷକମାନଙ୍କୁ ସଶକ୍ତିକରଣ ଏବଂ ଓଡିଶାରେ କୃଷି କ୍ଷେତ୍ରକୁ ମଜବୁତ କରିବାରେ ଏହି ପଦକ୍ଷେପର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।କୃଷି ଓ କୃଷକ ସଶକ୍ତିକରଣର ମୁଖ୍ୟ ଶାସନ ସଚିବ ଡ.ଅରବିନ୍ଦ କୁମାର ପାଦୀ ଏବଂ ସହଯୋଗ ବିଭାଗର କମିସନର-କମ-ସଚିବ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ସଫଲ ପ୍ରୋଗ୍ରାମର ପ୍ରଭାବକୁ ବ ବୃଦ୍ଧି କରିବା ଏବଂ ଏହାର ସଫଳତାକୁ ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା ।

କୃଷକମାନଙ୍କ ପାଇଁ ଆର୍ଥିକ ସୁବିଧାକୁ ସୁଦୃଢ଼ କରିବା ଏବଂ ସେମାନଙ୍କର ଆର୍ଥିକ ସନ୍ତୁଳନକୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ବୈଠକରେ ଉଲ୍ଲେଖ କରାଯାଇଥିଲା।

Leave a Reply

Your email address will not be published. Required fields are marked *