କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପାଇଁ ଘୁମୁସର ସଂଘର୍ଷ ସମିତିର ଦାବିପତ୍ର

ଭଞ୍ଜନଗର (ଓଡ଼ିଶା ଟୁଡେ): ଅଦିନିଆ ଲଗାଣ ବର୍ଷା ଯୋଗୁ ଘୁମୁସର ଅଞ୍ଚଳର ଚାଷୀକୂଳଙ୍କ ସ୍ଥିତି ଦୋହଲି ଯାଇଛି। ପ୍ରାୟ ଚାଷୀ ଧାନ କାଟି ଜମିରେ ପକାଇ ରଖିଥିବା ବେଳେ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ପାଣିରେ ବୁଡି ତାହା ନଷ୍ଟ ହୋଇଯାଇଛି। ଅଧିକାଂଶ ଜମିରେ ଧାନ କଟା ହୋଇ ରହିଥିବା ବେଳେ ଶ୍ରମିକଙ୍କ ମଧ୍ୟ ଅଭାବ ପରିଲକ୍ଷିତ ହୋଇଛି। ଯାହା ଫଳରେ ପଡି ରହିଥିବା କଟା ଧାନକୁ ସୁରକ୍ଷିତ ସ୍ଥାନକୁ ଆଣିବାରେ ଚାଷୀମାନେ ଅସମର୍ଥ ହୋଇପଡିଛନ୍ତି। ବର୍ଷ ସାରାର କଷ୍ଟ ର ଧାନ ଚାଷୀ ହରାଇବାକୁ ଯାଉଥିବା ବେଳେ ସରକାର କଟା ଧାନକୁ ସୁରକ୍ଷିତ ରଖିବାକୁ ପାଲ ମଧ୍ୟ ଯୋଗାଇ ପାରିନଥିବା ବେଳେ ତୁରନ୍ତ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୁମୁସର ସଙ୍ଘର୍ଷ ସମିତିର ଆବାହକ ଆଇନଜୀବୀ ଖରାଂଶୁ ଶେଖର ଦାସ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *