
ମୁମ୍ବାଇ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଅବଶିଷ୍ଟ ଦୁଇ ଦିନିକିଆ ମ୍ୟାଚ୍ କୁ ବିସିସିଆଇ ବାତିଲ୍ କରିଛି | କରୋନା ଭାଇରସର ଭୟାବହତାକୁ ଲକ୍ଷରଖି ବିସିସିଆଇ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି | ୧୫ ତାରିଖରେ ରେ ଲକ୍ଷ୍ନୌ ଠାରେ ଏବଂ ୧୮ ତାରିଖରେ କୋଲକାତା ଠାରେ ମ୍ୟାଚ୍ ଖେଳାଯିବାର ଥିଲା |
ସୁଚନାଯୋଗ୍ୟ ଯେ, ତିନି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଗୁରୁବାର ଧର୍ମଶାଳା ଠାରେ ଖେଳାଯାଇଥାନ୍ତା | ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ୍ ହୋଇଥିଲା | ତେବେ ବାକି ମ୍ୟାଚ୍ ଗୁଡିକୁ ଷ୍ଟାଡିୟମରେ ବିନା ଦର୍ଶକରେ ଆୟୋଜନ କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା |