ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ୍‌ ପଡ଼ିଛି କି? ଚିନ୍ତା କରନ୍ତୁ ନାହିଁ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଆକାଂକ୍ଷୀ ଯୋଜନା ‘ସୁଭଦ୍ରା’ ନେଇ ବଡ଼ ଖବର ଆସିଛି। ଭୁଲରେ ବାଦ୍‌ ପଡ଼ିଥିବା ମହିଳାମାନେ ଏହି ଯୋଜନା ସହିତ ପୁଣି ଯୋଡ଼ି ହୋଇପାରିବେ। ରାଜ୍ୟ ସରକାର ଏନେଇ ସୂଚନା ଦେଇଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ, ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି। ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ ।

ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ସୁବିଧା ଉପଲବ୍ଧ ହେବା ପରେ ଏପର୍ଯ୍ୟନ୍ତ ପ୍ରାୟ ୮୦୦୦ରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି। ତେଣୁ ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ, ସେମାନେ ଏହାର ସୁବିଧା ନେବାକୁ ମହିଳା ଏବ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ସେହିପରି ଖୁବ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି। ହେଲେ ଏବେ ବି ଦୁଇ ଲକ୍ଷରୁ ଊଦ୍ଧ୍ୱର୍ ଆବେଦନକାରୀ ସେମାନଙ୍କର ଇ-କେୱାସି କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି। ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ। ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ‘ମୋ ସେବା କେନ୍ଦ୍ର’କୁ ଯାଇ ବାୟୋମେଟି୍ରକ୍‌ ପଦ୍ଧତିରେ ନିଜର ଇ-କେୱାସି କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମହିଳାମାନଙ୍କର ଆକାଉଣ୍ଟକୁ ଟଙ୍କା ଦେବା ଆରମ୍ଭ କରିଥିଲେ। ସେହିଦିନ ଠାରୁ ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଟଙ୍କା ଦେଇ ସାରିଛନ୍ତି। ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ପ୍ରଥମ କିସ୍ତିର ଟଙ୍କା ଦେବାକୁ ନିର୍ଦ୍ଧାରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *