ବେଲଗୁଣ୍ଠା: ବନ୍ଦଥିବା ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ

ବେଲଗୁଣ୍ଠା (ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରୁ ୮ କିମି ଦୂର କୁଡୁତାଇ ଗ୍ରାମର ଦୁଇଟି ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ ହୋଇ ଥିବା ଖବର ହସ୍ତଗତ ହୋଇଛି । କୁଡୁତାଇ ଗ୍ରାମର ହରି ନାୟକଙ୍କ ଘରେ ପଡୋଶୀରେ ଭଡାକୁ ରହୁଥିବା ଶିକ୍ଷକ ଗଗନ ବିହାରୀ ଦାଶଙ୍କ ଘରୁ ରବିବାର ରାତିରେ କିଛି ଦୁର୍ବୁର୍ତ୍ତ କବାଟ ତାଡି ଘରେ ପଶି ପେଢି , ଆଲମାରୀ, ତାଲା ଭାଙ୍ଗି ସୁନା, ରୁପା ଅଳଙ୍କାର ଲୁଟି ନେଇଛନ୍ତି । ଗଗନ ବିହାରୀଙ୍କ ଘରୁ ଗୋଟିଏ ସୁନାହାର, କାନର ସୁନା ଗହଣା ଓ ପୁଅର ସୁନା ପଦକ ଆଦି ଚୋରି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ହେବ କୁହାଯାଉଛି । ସେହିପରି ଘର ମାଲିକ ହରି ନାୟକ ଙ୍କ ଘରୁ ମଧ୍ୟ ସୁନା, ରୁପା ଓ ନଗଦ ଟଙ୍କା ଚୋରି ହୋଇଛି । ଗତ କିଛି ଦିନ ହେଲା ଉଭୟ ପରିବାର କିଛି କାମରେ ବାହାରକୁ ଯାଇଥିବା ବେଳେ ଘରେ ତାଲା ପଡି ବନ୍ଦ ରହୁଥିଲା । ସୋମବାର ଦିନ ଦିନବେଳେ କବାଟ ଖୋଲା ଥିବା ବେଳେ ଘରେ କେହି ନଥିବାରୁ ସାହି ପଡୋଶୀ ମାନେ ଏହା ଦେଖି ଫୋନ କରି ଜଣାଇବା ପରେ ସନ୍ଧ୍ୟା ପ୍ରାୟ ୬ ଟା ବେଳେ ପରିବାର ଲୋକ ଘରେ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ଗଗନ ବିହାରୀଙ୍କ ଘର କଟକରେ ଓ ସେ ଏଠାରେ ଶିକ୍ଷକତା କରୁଥିବା ବେଳେ ପ୍ରାୟ ୧୦ ବର୍ଷ ହେଲା ଏହି ଘରେ ଭଡାକୁ ରହି ଆସୁଛନ୍ତି ।

Leave a Reply

Your email address will not be published. Required fields are marked *