କୁଲାଡ ଠାରେ ସଡ଼କ ସୁରକ୍ଷା ସଚେତନ ଶୋଭାଯାତ୍ରା

ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ଭଞ୍ଜନଗର କୁଲାଡ କବିସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜୁନିଅର ରେଡ କ୍ରସ ଜିଲ୍ଲା ଯୁଗ୍ମ ସମ୍ପାଦକ ତଥା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ମଳିକ ଙ୍କ ଅଧ୍ୟକ୍ଷତା ରେ ବିପଦର ବନ୍ଧୁ ଓଡିଶା ଏବଂ ରୋଟାରୀ କ୍ଳବ ଭଞ୍ଜନଗର ଦ୍ୱାରା ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା କୁଲାଡ଼ ସହର ରେ ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରା ଥାନା ଅଧିକାରୀ କୁମର ମୁଦୁଲି ଙ୍କ ଦ୍ଵାରା ଉଦଘାଟନ ହେବା ପରେ ମେନ ରୋଡ଼ ବଡ ଦାଣ୍ଡ ସାହି ମାର୍କେଟ ପରିକ୍ରମା କରି ପୁଣି ବିଦ୍ୟାଳୟ ଠାରେ ଶେଷ ହୋଇଥିଲା । ଶୋଭାଯାତ୍ରା ରେ ଡାକବାଜି ଯନ୍ତ୍ର ମାଧ୍ୟମ ରେ ସଚେତନତା ର ବାର୍ତ୍ତା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ଏନ ସି ସି, ସ୍କାଉଟ, ଯେ ଆର ସି ଓ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ପରେ ବିଦ୍ୟାଳୟ ଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଥାନା ଅଧିକାରୀ କୁମର ମୁଦୁଲି, ବରିଷ୍ଠ ଶିକ୍ଷକ ପ୍ରଦ୍ୟୁମ୍ନ କୁମର ମଳିକ, ରୋଟାରୀ କ୍ଳବ ଭଞ୍ଜନଗର ର ନିର୍ବାଚିତ ସଭାପତି ରଞ୍ଜିତ କୁମାର ବାରିକ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ମିଶ୍ର, ଛତ୍ରପୁର ଯୁଗ୍ମ ସମ୍ପାଦକ ରେଖା ମହାନ୍ତି, ଶୂଳପାଣି ଶତପଥୀ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ଏବଂ ଅନ୍ୟ ମାନଙ୍କୁ ସଡ଼କ ସୁରକ୍ଷା ର ନିୟମ ଅବଗତ କରାଇଥିଲେ । ନିଜେ ନିଜ ପରିବାର ଓ ଗ୍ରାମବାସୀ ଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରଦାନ କରିବା ପାଇଁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ । ବିପଦର ବନ୍ଧୁ ଅନୁଷ୍ଠାନର ଉପସଭାପତି ଅରକ୍ଷିତ ପରିଛା ସଭା ପରିଚାଳନା କରିଥିଲେ । ଏଥିରେ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ର ଭଞ୍ଜନଗର ସଦସ୍ୟ ମାନେ, ବିଦ୍ୟାଳୟର ପୂର୍ବତନ ଛାତ୍ର ଏମ ଯଜ୍ଞ ନାରାୟଣ ପାତ୍ର, ଗୌରୀଶଙ୍କର ପରିଡା, ପାପୁନ ସାହୁ, ଚନ୍ଦନ ସାହୁ, ଶିବା ପାତ୍ର ଏବଂ ଆଞ୍ଚଳିକ ପରିବହନ ବିଭାଗ ର କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *