ଭଞ୍ଜନଗର: ଗୁରୁକୃପା ଆବାସିକ ବିଦ୍ୟାଳୟର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ଡାଇଣ୍ଟି ଗୁରୁକୃପା ଆବାସିକ ବିଦ୍ୟାଳୟ ଭଞ୍ଜନଗର ତରଫରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ  ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଶୁଭ ଆଶ୍ରିବାଦ ଉତ୍ସବ ସ୍ଥାନୀୟ ବନ ବିହାର ଠାରେ ବିଦ୍ୟାଳୟର ସଭାପତି ଏସ୍ ସୂର୍ଯ୍ୟ ନାରାୟଣ ଦୋରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ୍ଞାନ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ପସରାର ପ୍ରଧାନ ଶିକ୍ଷକ, ଭେଜିପୁଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବିଦ୍ୟାଳୟର ଅଧ୍ୟକ୍ଷ ହୃଦୟାନନ୍ଦ ତ୍ରିପାଠୀ, ଟ୍ରଷ୍ଟ ସଭାପତି ସୁବ୍ରତ କୁମାର ଷଡଙ୍ଗୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଭାତ ରଥ ପିଲାଙ୍କ ଉଜ୍ବଳ ଭବିଷ୍ୟତ ସହ ଉତ୍ତମ ଶିକ୍ଷା ସମ୍ପର୍କ ବିଷୟରେ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ଅତିଥିମାନେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି କାମନା ସହିତ, ସମାଜର ଏବଂ ବିଦ୍ୟାଳୟର ଯଶ ରଖିବାକୁ କହିଥିଲେ । ଚଳିତ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ଅତିଥିମାନେ ଉପଦେଶ ଦେଇଥିଲେ ।ଏଥିସହ ଛାତ୍ରଛାତ୍ରୀ ମାନେ ଖେଳ କୁଦ ସହ ନାଚ ଗୀତର ମଜା ଉଠାଇଥିଲେ ।

Leave a Reply

Your email address will not be published. Required fields are marked *