ଓଡ଼ିଶାରେ ନିବେଶ କରିବା ପାଇଁ ଏବେ ହିଁ ଉପଯୁକ୍ତ ସମୟ: ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ

ଭୁବନେଶ୍ବର: ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଆଜି କୃଷି ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ନେଇ ଆଲୋଚନା ହୋଇଛି। ଏଥିରେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ଓଡ଼ିଶାରେ ନିବେଶ କରିବା ପାଇଁ ଏହି ସମୟ ହିଁ ଉପଯୁକ୍ତ ସମୟ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନୂଆ ବିଳ୍ପବ ଆଣିବାକୁ ବେଶ ସକ୍ଷମ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆମେ ଚାଷୀ ବା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରୁଛୁ। ସ୍ମାର୍ଟ ଫାର୍ମିଂ ଏବଂ ଡିଜିଟାଲ ମାର୍କେଟିଂ ଦିଗରେ ଆମ ସରକାର କାର୍ଯ୍ୟ କରୁଛନ୍ତି। ଜୈବିକ ପ୍ରଣାଳୀରେ ଚାଷ ଆମ ସରକାରଙ୍କ ଫୋକସ । ଆପଣ ଆସନ୍ତୁ ଓଡ଼ିଶାର କୃଷି ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପୁଞ୍ଜି ନିବେଶ କରନ୍ତୁ। ଯୁବ ଉଦ୍ୟୋଗୀମାନେ ମଧ୍ୟ ଆଗେଇ ଆସନ୍ତୁ ଆମେ ଏହି ଶିଳ୍ପ ନୂଆ ବିପ୍ଳବ ଆଣିବା । ଶୀତଳ ଭଣ୍ଡାର ପାଇଁ ନୂଆ ପିଲିସି ଆଣିଲେ ରାଜ୍ୟ ସରକାର ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ କହିଛନ୍ତି, ଓଡ଼ିଶାରେ ଅନେକ ସମ୍ଭାବନା ରହିଛି। ଓଡ଼ିଶା ଅଗ୍ରଣୀ ଭୂମିକା ନେବା ପାଇଁ ପ୍ରସ୍ତୁତ। କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି। କିନ୍ତୁ ଆମେ ଭାରତବର୍ଷ ଅନ୍ୟ ଦେଶ ଅପେକ୍ଷା ବହୁ ପଛରେ ଅଛେ। ମାଛ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ବହୁ ପଛରେ ଓଡ଼ିଶା। ଭାରତରେ ସି ଫୁଡ୍ ଶିଳ୍ପ ୬୦ ହଜାର କୋଟିର ମାର୍କେଟ ରହିଥିବା ବେଳେ ଓଡ଼ିଶାରେ ଏହା ମାତ୍ର ୨ ରୁ ୩ ହଜାରରେ ସୀମିତ। ତାକୁ ଆମକୁ ବଢାଇବାକୁ ପଡ଼ିବ। ଯୁବ ଉଦ୍ୟୋଗୀମାନେ ବିକଶିତ ଓଡ଼ିଶାର ଜଣେ ଜଣେ ଧର୍ମପଦ ହେବେ। ଓଡ଼ିଶାର ଆମ୍ବ , ଡ୍ରାଗନ ଫୁଡ୍, ହଳଦୀ, ବାହାରକୁ ଆମେ ରପ୍ତାନି କରୁଛେ। ଲଙ୍କା, କନ୍ଦମୂଳ, ସୂର୍ଯ୍ୟମୁଖୀ, କାଜୁ, ଅଦା, ଚିଙ୍ଗୁଡ଼ି ଓ ବିଲାତି ବାଇଗଣ ଉତ୍ପାଦନ ଦିଗରେ ଆମେ ଆଗକୁ ବଢ଼ୁଛୁ। ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି। ରାଜ୍ୟରେ ଅଢେ଼ଇ କୋଟି ଅଣ୍ଡାର ଆବଶ୍ୟକତା ରହିଥିବା ବେଳେ ଆମର ଉତ୍ପାଦନ ହେଉଛି ମାତ୍ର ଏକ କୋଟି ଅଣ୍ଡା । ତେଣୁ ଆମେ ନିଜକୁ ଅଧିକ ଆତ୍ମନିର୍ଭରଶୀଳ କରିବା ପାଇଁ ଅଣ୍ଡା ଉତ୍ପାଦନ ବଢାଇବା ପାଇଁ ନୂଆ ପଲିସି ଆଣିବାକୁ ଯାଉଛୁ।ଏଣେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ କହିଛନ୍ତି, ଓଡ଼ିଶାରେ ଅନେକ ସମ୍ଭାବନା ରହିଛି। ଓଡ଼ିଶା ଅଗ୍ରଣୀ ଭୂମିକା ନେବା ପାଇଁ ପ୍ରସ୍ତୁତ। କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି। କିନ୍ତୁ ଆମେ ଭାରତବର୍ଷ ଅନ୍ୟ ଦେଶ ଅପେକ୍ଷା ବହୁ ପଛରେ ଅଛେ। ମାଛ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ବହୁ ପଛରେ ଓଡ଼ିଶା। ଭାରତରେ ସି ଫୁଡ୍ ଶିଳ୍ପ ୬୦ ହଜାର କୋଟିର ମାର୍କେଟ ରହିଥିବା ବେଳେ ଓଡ଼ିଶାରେ ଏହା ମାତ୍ର ୨ ରୁ ୩ ହଜାରରେ ସୀମିତ। ତାକୁ ଆମକୁ ବଢାଇବାକୁ ପଡ଼ିବ। ଯୁବ ଉଦ୍ୟୋଗୀମାନେ ବିକଶିତ ଓଡ଼ିଶାର ଜଣେ ଜଣେ ଧର୍ମପଦ ହେବେ। ଓଡ଼ିଶାର ଆମ୍ବ , ଡ୍ରାଗନ ଫୁଡ୍, ହଳଦୀ, ବାହାରକୁ ଆମେ ରପ୍ତାନି କରୁଛେ। ଲଙ୍କା, କନ୍ଦମୂଳ, ସୂର୍ଯ୍ୟମୁଖୀ, କାଜୁ, ଅଦା, ଚିଙ୍ଗୁଡ଼ି ଓ ବିଲାତି ବାଇଗଣ ଉତ୍ପାଦନ ଦିଗରେ ଆମେ ଆଗକୁ ବଢ଼ୁଛୁ। ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି। ରାଜ୍ୟରେ ଅଢେ଼ଇ କୋଟି ଅଣ୍ଡାର ଆବଶ୍ୟକତା ରହିଥିବା ବେଳେ ଆମର ଉତ୍ପାଦନ ହେଉଛି ମାତ୍ର ଏକ କୋଟି ଅଣ୍ଡା । ତେଣୁ ଆମେ ନିଜକୁ ଅଧିକ ଆତ୍ମନିର୍ଭରଶୀଳ କରିବା ପାଇଁ ଅଣ୍ଡା ଉତ୍ପାଦନ ବଢାଇବା ପାଇଁ ନୂଆ ପଲିସି ଆଣିବାକୁ ଯାଉଛୁ ।

ନୂଆ ଷ୍ଟାର୍ଟଅପ ପାଇଁ ନୂଆ ସରକାରଙ୍କ ଦ୍ୱାର ସମ୍ପୂର୍ଣ୍ଣ ଖୋଲା ରହିଛି। ପୁର୍ବରୁ ଅବହେଳିତ ଥିଲା ଓଡ଼ିଶା, କିନ୍ତୁ ବର୍ତ୍ତମାନଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *