
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ଲଣ୍ଡେଇ ସାହି ସ୍ଥିତ ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀର ୫ମ ବାର୍ଷିକ ଉତ୍ସବ ବେଶ ଧୁମଧାମ ସହକାରେ ପାଳନ କରାଯାଇଛି । ସ୍ଥାନୀୟ ଜେଲ ପଡ଼ିଆରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଉପଦେଷ୍ଟା ତଥା ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ଏସଡ଼ିପିଓ ସୁଜିତ କୁମାର ନାୟକ, ଆଇଆଇସି କୁମର ମୁଦୁଲି, ସମାଜସେବୀ ଦୁର୍ଗା ଚରଣ ସ୍ୱାଇଁ, ଅନୁଷ୍ଠାନର ମୁଖ୍ୟ ଜୟକୃଷ୍ଣ ପଟ୍ଟନାୟକ, ନିର୍ଦ୍ଦେଶକ ମାଷ୍ଟର ପିଣ୍ଟୁ ଓ ପ୍ରମୋଦ ମଞ୍ଚରେ ଉପସ୍ଥିତ ଥିଲେ ।ଛାତ୍ରଛାତ୍ରୀ ମାନେ କେବଳ ପାଠ ପଢା ବ୍ୟତୀତ, ନୃତ୍ୟ ସଙ୍ଗୀତ ଓ ଖେଳକୁଦ କରିବା ଦ୍ୱାରା ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ହୋଇ ପାରିବ ଏବଂ ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଘଟିବ ତେଣୁ ପିଲାଙ୍କ ଆଗ୍ରହ କୁ ଗୁରୁତ୍ୱ ଦେବା ପାଇଁ ବିଧାୟକ ଶ୍ରୀ ନାୟକ କହିଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ୟୁଡିଏ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅରକ୍ଷିତ ପରିଛା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏଥିରେ ଓଲିଉଡ ଅଭିନେତ୍ରୀ ଦିବ୍ୟା ମୁଖ୍ୟ ଆକର୍ଷଣ ସାଜିଥିଲେ । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବହୁ ଦର୍ଶକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ । ଏଥିରେ ସମସ୍ତ ଅଭିଭାବକ, ଭେଜିପୁଟ ଯୁବକ ସଂଘ ଓ ବିପଦର ବନ୍ଧୁ ସଂଗଠନର ସଦସ୍ୟମାନେ ସହଯୋଗ କରିଥିଲେ ।