୨୭ ବର୍ଷ ପରେ ଦିଲ୍ଲୀ ଦରବାରରେ ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍‌ରେ ଆପ୍‌ର ସ୍ଥିତି ଖରାପ ରହିଛି। ବିଜେପି ୪୭ ଆସନରେ ଆଗୁଆ ରହିଥିବାବେଳେ ଆପ୍ ୨୩ ଆସନରେ ଆଗୁଆ ରହିଛି। ଫଳରେ ଦିଲ୍ଲୀ ସିଂହାସନରେ ବିଜେପି ବସିବା ନିଶ୍ଚିତ ହୋଇଛି।ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୩୬ ରହିଛି। ଏହି କୁହୁକ ସଂଖ୍ୟାଠାରୁ ଅଧିକ ଆସନ ବିଜେପି ଦଖଲ କରିବାକୁ ସକ୍ଷମ ହୋଇଛି। ଫଳରେ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଦରବାରରେ ବିଜେପି ପ୍ରବେଶ କରିଛି।ଶେଷ ଥର ପାଇଁ, ୧୯୯୮ ମସିହାରେ, ସୁଷମା ସ୍ୱରାଜ ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ, କିନ୍ତୁ ସେ କେବଳ ୫୨ ଦିନ ପାଇଁ ଏହି ପଦବୀରେ ରହିଥିଲେ ।

ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କଠାରୁ ଅରବିନ୍ଦ କେଜରିୱାଲ ପରାଜିତ ହୋଇଛନ୍ତି। ସେହିପରି ଜଙ୍ଗପୁରା ଆସନରୁ ମନୀଷ ସିସୋଦିଆ ୬୭୫ ଭୋଟରେ ପରାସ୍ତ ହୋଇଛନ୍ତି। ବିଜେପିର ତରବିନ୍ଦର ସିଂହ ଏଠାରୁ ବିଜୟ ହାସଲ କରିଛନ୍ତି। ତେବେ ଦିଲ୍ଲୀର କାଲକାଜୀ ଆସନରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଜିତିଛନ୍ତି। ବିଜେପିର ରମେଶ ବିଧୁରୀଙ୍କୁ ଏହି ଆସନରୁ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ, କସ୍ତୁରବା ନଗରରୁ ବିଜେପିର ନୀରଜ ବାସୋୟା ବିଜୟୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *