
ନୂଆଦିଲ୍ଲୀ:ଦିଲ୍ଲୀର ଉତ୍ତରପୂର୍ବ ଇଲାକାରେ ହିଂସା ବ୍ୟାପୁଛି। ଏହି ହିଂସାରେ ସ୍ଥାନୀୟ ଅପରାଧୀଙ୍କ ଭୂମିକା ବେଶି ରହୁଛି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ପୋଲିସ ଚିହ୍ନଟ କରିସାରିଲାଣି। ଅନେକଙ୍କୁ ଗିରଫ ମଧ୍ୟ କରିଛି। ଏହି ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଶାହରୁଖ। ମହମ୍ମଦ ଶାହରୁଖ।
ଗତ ସପ୍ତାହର ହିଂସାକାଣ୍ଡ ସମୟରେ ସେ ପୁଲିସ୍ତକୁ ବନ୍ଧୁକ ଦେଖାଇଥିଲା। ସେତିକି ନୁହେଁ, ପ୍ରତିପକ୍ଷର ଢେଲାମାଡ଼ର ପ୍ରତିବାଦରେ ସେ ୮ ରାଉଣ୍ଡ ଗୁଳି ମଧ୍ୟ ଚଲାଇଥିଲା। ମଙ୍ଗଳବାର ଉତ୍ତରପ୍ରଦେଶର ଶମିଲଠାରୁ ପୁଲିସ୍ ଶାହରୁଖ୍କୁ ଗିରଫ କରିଛି।ସେ ଏଭଳି ଭୟାତୁର ପରିସ୍ଥିତି ସୃଷ୍ଟି କରିବାର ଭିଡିଓ ଏବଂ ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ଶାହରୁଖର ବୟସ ୨୭ ବର୍ଷ। ସେ ସଲିମପୁରର ବାସିନ୍ଦା। କୁହାଯାଉଛି, ଶାହରୁଖଙ୍କର ଜିମ୍ ଯିବାର ଶୌକ ରହିଛି। ତେବେ ତାଙ୍କ ନାଁରେ କୌଣସି କ୍ରିମିନାଲ ରେକର୍ଡ ନାହିଁ। ଶାହରୁଖଙ୍କ ବାପାଙ୍କ ବିରୋଧରେ କିନ୍ତୁ ଡ୍ରଗ୍ କାରବାର କରୁଥିବା ନେଇ ମାମଲା ଚାଲିଛି।
ଉତ୍ତରପୂର୍ବ ଦିଲ୍ଲୀରେ ଗତ ଫେବୃଆରୀ ୨୩ରୁ ଆରମ୍ଭ କରି ୨୫ ରାତି ଯାଏ ହିଂସା ଚାଲୁ ରହିଥିଲା। ଏହାପରେ ଭୟଙ୍କର ଦୃଶ୍ୟ ସବୁ ସାମ୍ନାକୁ ଆସିଥିଲା। ଏପରିକି ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଦିଲ୍ଲୀ ପୁଲିସ୍ କନ୍ଷ୍ଟେବଲ ରତନ ଲାଲ ଏବଂ ଆଇବି ଅଧିକାରୀ ଅଙ୍କିତ ଶର୍ମା ମଧ୍ୟ ଏଥିରେ ପ୍ରାଣ ହରାଇଥିଲେ।