
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରବିବାର ସ୍ପଷ୍ଟ କରିଛି ଯେ ଏହାର YONO ପ୍ଲାଟଫର୍ମ ମାଧ୍ୟମରେ ଗ୍ରାହକଙ୍କୁ କୌଣସି ପ୍ରକାରର ଜରୁରୀକାଳୀନ ଋଣ ପ୍ରଦାନ କରୁନାହିଁ। ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଏସବିଆଇ ‘୪୫ ମିନିଟ୍ ‘ମଧ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରୁରୀ ଋଣ ପ୍ରଦାନ କରୁଛି। ୧୦.୫ ପ୍ରତିଶତ ସୁଧ ହାରରେ ଦିଆଯିବ ଏବଂ ଛଅ ମାସ ଅବଧି ପରେ ଇଏମଆଇ ଆରମ୍ଭ ହେବ ବୋଲି ରିପୋର୍ଟରେ କୁହାଯାଇଛି।
“YONO ମାଧ୍ୟମରେ ଏସବିଆଇ ଜରୁରୀକାଳୀନ ଋଣ ଯୋଜନା ବିଷୟରେ ଏକ ଖବର ପ୍ରଚାରିତ ହୋଇଛି। ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଏସବିଆଇ ବର୍ତ୍ତମାନ ସୁଦ୍ଧା କୌଣସି ଋଣ ପ୍ରଦାନ କରୁନାହିଁ। ଏହି ଗ୍ରାହକଙ୍କୁ ଏହି ଗୁଜବ ଉପରେ ବିଶ୍ୱାସ ନକରିବାକୁ ମଧ୍ୟ ଅନୁରୋଧ କରୁଛୁ।” ବୋଲି ଏସବିଆଇ କହିଛି।
ଏକ ବିବୃତ୍ତିରେଏସବିଆଇ କହିଛି ଯେ COVID-19 ସଙ୍କଟ କାରଣରୁ ନଗଦ ପ୍ରବାହ ସମସ୍ୟାର ସମ୍ମୁଖୀନ ହେଉଥିବା ଏହାର ବେତନ ପ୍ରାପ୍ତ ଗ୍ରାହକଙ୍କୁ ରିଲିଫ ଯୋଗାଇବା ପାଇଁ YONO ମାଧ୍ୟମରେ ଏକ ପୂର୍ବ ଅନୁମୋଦିତ ବ୍ୟକ୍ତିଗତ ଋଣ ଅଫର ପ୍ରବର୍ତ୍ତନ ପ୍ରକ୍ରିୟାରେ ଅଛି।
YONO, କିମ୍ବା ‘You Only Need One’, ଏସବିଆଇର ଏକ ଡିଜିଟାଲ୍ ସେବା ପ୍ଲାଟଫର୍ମ ଯାହା ଗ୍ରାହକମାନଙ୍କୁ ବ୍ୟାଙ୍କିଙ୍ଗ୍, ସପିଂ, ଜୀବନଶୈଳୀ ଏବଂ ବିନିଯୋଗ ଆବଶ୍ୟକତା ପାଇଁ ଏକକ-ସମାଧାନ ସେବା ପ୍ରଦାନ କରିଥାଏ |