
ମୁମ୍ବାଇ : ଏୟାର ଇଣ୍ଡିଆର ୫ ପାଇଲଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଗୁଆଙ୍ଗଜୋହୁକୁ ଏକ କାର୍ଗୋ ଫ୍ଲାଇଟ ଉଡ଼ାଣ ହୋଇଥିଲା । ସେହି ପାଇଲଟମାନେ ସେହି ବିମାନରେ ଥିବା ଜାଣିବାକୁ ମିଳିଛି । ଲକଡାଉନ ଚାଲିଥିଲେ ବି ଏୟାର ଇଣ୍ଡିଆର ପାଇଲଟମାନେ ଅନ୍ତର୍ଜାତିକ କାର୍ଗୋ ଫ୍ଲାଇଟ ଉଡ଼ାଣ ଜାରି ରଖିଛନ୍ତି । ଏପରିକି ସାଂଘାଇ ଓ ହଙ୍ଗକଙ୍ଗକୁ ମଧ୍ୟ ମେଡ଼ିକାଲ କାର୍ଗୋ ଫ୍ଲାଇଟ ଉଡାଣ ହୋଇଥିଲା । ତେବେ ଏନେଇ ଯାତ୍ରୀମାନଙ୍କ ଚିନ୍ତାର କାରଣ ନାହିଁ । କାହିଁକିନା ଲକଡାଉନ ପରେ ବିମାନ ଚଳାଚଳ ବନ୍ଦ ରହିଛି । କେବଳ କାର୍ଗୋ ବିମାନ ହିଁ ଚଳାଚଳ କରୁଛି । ତେଣୁ ଏହା ସହ ଜଡ଼ିତ କର୍ମଚାରୀମାନଙ୍କୁ ପରୀକ୍ଷା କରାଯିବ ବୋଲି ଜାଣିବାକୁ ମିଳିଛି ।