ଦାନା ବାନ୍ଧୁଛି ବାତ୍ୟା !!

ଭୁବନେଶ୍ବର : ସାମୁଦ୍ରିକ ଝଡ଼ର ରୂପ ନେଇ ପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବା ସମ୍ଭବନା ରହିଛି। ୧୬ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇପାରେ ଲଘୁଚାପ । ୧୫ ତାରିଖରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ତେବେ ୧୫ ସୁଦ୍ଧା ଏହା ଅବପାତରେ ରୂପ ହେବ । ସାମୁଦ୍ରିକ ଝଡ଼ ପ୍ରଥମେ ଉତ୍ତର ପଶ୍ଚିମ ଓ ପରେ ଉତ୍ତର ଓ ଉତ୍ତରପୂର୍ବ ଦିଗକୁ ଗତିକରିବ । ୧୬ରେ ସାଇକ୍ଲୋନିକ ଷ୍ଟର୍ମରେ ରୂପ ନେବ। ୧୭ରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ତେବେ ଓଡ଼ିଶା ଉପରେ ପ୍ରଭାବ ପଡ଼ିନ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ବ୍ୟତ୍ୟା ଅଧିକ ଘନିଭୂତ ହେଲେ ସଠିକ୍ ଆକଳନ କରାଯାଇପାରିବ।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇପାରେ । ତେବେ ଏହା କେତେ ବାତ୍ୟା ରୂପ ନେବ କି ନାହିଁ, ଏହା କେଉଁ ଉପକୂଳ ଆଡ଼କୁ ଗତି କରିବ, ଏବେଠାରୁ ସେ ନେଇ କୌଣସି ଆକଳନ କରାଯାଇନାହିଁ । ତଥାପି ବର୍ତ୍ତମାନର ଆକଳନରୁ ଜଣାପଡ଼ୁଛି, ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ସମ୍ଭାବନା ପରିଲକ୍ଷିତ ହେଉନାହିଁ । ତେବେ ପାଣିପାଗ ବିଭାଗ ଏହାର ଗତିବଧି ଉପରେ ନଜର ରଖିଛି । ଆଗକୁ ସ୍ପଷ୍ଟ ଚିତ୍ର ମିିଳିବ ।

Leave a Reply

Your email address will not be published. Required fields are marked *