ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡ଼ିଶାର ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ

ଓଡ଼ିଶାର ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ସହିତ ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ୍‌, ଆଇଟି ସଚିବ ମନୋଜ ମିଶ୍ର ଓ ଇପିକଲ୍‌ ଏମ୍‌ଡି ଭୂପେନ୍ଦ୍ର ସିଂ ପୁନିଆ ମଧ୍ୟ ସେଠାକୁ ଯାଇଛନ୍ତି । ରାଜ୍ୟରେ ଷ୍ଟିଲ୍‌, ଆଲୁମିନିୟମ୍‌, ଟେକ୍ସଟାଇଲ୍‌, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍‌ ହାଇଡ୍ରୋଜେନ୍‌ ଓ ଗ୍ରୀନ୍‌ ଆମୋନିଆ କ୍ଷେତ୍ରରେ କାମ କରୁଥିବା ଶିଳ୍ପ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଛନ୍ତି । ଏହି ପ୍ରତିନିଧି ଦଳ କିମ୍‌ଟିସୁ ଷ୍ଟିଲ୍‌ ୱାର୍କସ୍‌ ଓ ନିପନ୍‌ ଷ୍ଟିଲ କର୍ପୋରେସନର ଆର ଆଣ୍ଡ ଡି ସେଣ୍ଡର ପରିଦର୍ଶନ କରିବେ । ଦକ୍ଷତା ବିକାଶ ଓ ହାଇ ଟେକ୍ନୋଲୋଜି କ୍ଷେତ୍ରରେ ଷ୍ଟାର୍ଟଅପ୍‌ ପାଇଁ ରହିଥିବା ସୁଯୋଗକୁ ମଧ୍ୟ ଅନୁଧ୍ୟାନ କରିବେ ।

Leave a Reply

Your email address will not be published. Required fields are marked *