
୩ ଦିନିଆ ଗସ୍ତରେ ଯାଇ ଜାପାନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । ଟୋକିଓରେ ନିପନ୍ ଷ୍ଟିଲସର ସଭାପତି ଇଜି ହାସିମୋଟୋଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଓଡ଼ିଶାରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲର ସଂପ୍ରସାରଣ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
ତେବେ ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ନିପ୍ପନ ଷ୍ଟିଲକୁ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିଛନ୍ତି । ନିପ୍ପନ ଷ୍ଟିଲକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି । ଇସ୍ପାତ ନିର୍ମାଣ ପାଇଁ ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି ବୋଲି ସଂପୃକ୍ତ କମ୍ପାନୀକୁ ଅବଗତ କରାଯାଇଛି ।