
କଟକ (ଓଡ଼ିଶା ଟୁଡେ): ମଞ୍ଚ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ପରସ୍ପର କୁ ପ୍ରଶଂସା କଲେ। କଟକ ରେଭେନ୍ସା ବାଳିକା ବିଦ୍ୟାଳୟ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମର ମଞ୍ଚରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କଟକର ବିଜେଡ଼ି ସାଂସଦ ଭର୍ତୃହରି ମହତାବ। ଯେତେବେଳେ କେନ୍ଦ୍ର ମନ୍ତ୍ରୀ ଭାଷଣ ଦେଇଥିଲେ ସେ ସମୟରେ ସାଂସଦଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ସେ କହିଥିଲେ କି କଟକ ଲୋକସଭା ସାଂସଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅତି ପ୍ରିୟଲୋକ। କଟକରେ କୌଣସି ସଭା ହେବ ଆଉ ଭର୍ତ୍ତୃହରି ନ ଥିବେ ଏହା ହେଇ ନ ପାରେ । ମୁଁ ଯଦି ଜାଣି ଥାନ୍ତି ତେବେ କଟକ ଆସିଥିବା ବିକଶିତ ରଥ ରେ ଦୁହେଁ ସାମିଲ ହୋଇ ଥାଆନ୍ତେ ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସାର ପ୍ରତି ଉତ୍ତରରେ କଟକର ବିଜେଡ଼ି ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ କି କେନ୍ଦ୍ରମନ୍ତ୍ରୀ ଆଗକୁ ବଢ଼ିବାକୁ ଚାହୁଁଥିଲେ ଯଦି କିଏ ତାଙ୍କୁ ଫାଉଲ୍ ମାରିବାକୁ ଚେଷ୍ଟା କରେ ତେବେ ସେ ତାକୁ ମୁକାବିଲା କରିବାକୁ ମଧ୍ୟ ଦକ୍ଷତା ରଖିଛନ୍ତି । ସେଥିପାଇଁ ତାଙ୍କୁ ପ୍ରଧାନ ମନ୍ତ୍ରୀ କୌଶଳ ଦକ୍ଷତା ମନ୍ତ୍ରୀ କରିଛନ୍ତି ବୋଲି କହିଥିଲେ ସାଂସଦ । ଆଗରୁ ଅନେକ ବାର ଗୋଟିଏ ମଞ୍ଚରେ ଉଭୟ ଉଭୟଙ୍କୁ ବେଶ ପ୍ରଶଂସା କରିବା ଦେଖା ଦେଇଥିଲା। ଏବେ ନିର୍ବାଚନ ସମୟ ପାଖେଇ ଆସିଥିବାରୁ ଏଭଳି ପ୍ରଶଂସା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।