ବିଜେଡିରେ ସାମିଲ ହେଲେ ବଲାଙ୍ଗିରର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ବର (ଓଡ଼ିଶା ଟୁଡେ): ସାଧାରଣ ନିର୍ବାଚନ ପୂର୍ବରୁ ଭୁଶୁଡ଼ିବାରେ ଲାଗିଛି ରାଜ୍ୟ ବିଜେପି । ନିର୍ବାଚନ ଯେତେ ପାଖେଇ ଆସୁଛି ପଦ୍ମ ଓ ହାତ ଛାଡ଼ି ନବୀନଙ୍କ ହାତ ମୁଠାକୁ ଟାଣ କରୁଛନ୍ତି ରାଜ୍ୟ ବିଜେପି ଓ କଂଗ୍ରେସ କର୍ମୀ । ଏହିକ୍ରମରେ ଆଜି ଶଙ୍ଖଭବନରେ ବିଜେଡିରେ ସାମିଲ ହୋଇଛନ୍ତି ବଲାଙ୍ଗିରର ବୈଶାଖୁ ଗଡ଼ତ୍ୟା, ତୁଷାରକାନ୍ତି ଗଡ଼ତ୍ୟା, ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ। ଏହାପରେ ଦଳୀୟ ଉତ୍ତରୀୟ ଦେଇ ମିଶ୍ରଣ ପର୍ବରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ବିଜେଡିର ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଓ ପ୍ରିୟବ୍ରତ ମାଝୀ ।

ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଭୋକର ଭୂଗୋଳରୁ ବଳକା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହୋଇଛି ରୂପାନ୍ତରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଏବଂ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ପୂର୍ବତନ ଏଜି ଅଫିସର ସୁକାନ୍ତ ପାଣିଗ୍ରାହୀ ।

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ପାଇଁ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ବିରୋଧୀ ଦଳର ନେତା ଓ କର୍ମୀ । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ପରେ ରାଜ୍ୟରେ ବଦଳିଛି ବିକାଶର ଚିତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହେବା ସହ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ଆପଣାଇ କାର୍ଯ୍ୟ କରିବା ସହ ଦଳରେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *