ରାସ୍ତା ଓ ବିଜୁଳି ପାଇଁ ଅହୋରାତ୍ର ଧାରଣା

ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୨୬/୦୨/୨୪: ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ପଞ୍ଚାୟତର ତାଳଖମଣ, ମଣ୍ଡା ପଥର ଓ ଡାଙ୍ଗୀ ଭୁଇଁକୁ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ମିଳିପାରି ନାହିଁ। ଏହି ପର୍ଯ୍ୟନ୍ତ ରାସ୍ତା ଓ ବିଜୁଳି ଆଲୁଅ ସାତସପନ ହୋଇରହିଛି । ମୌଳିକ ସେବାରୁ ବଞ୍ଚିତ ଆଦିବାସୀ ପରିବାର ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ରାସ୍ତା ଅଭାବରୁ ଶିକ୍ଷା ଓ ସ୍ଵାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଜୀବନ ବିତାଉଛନ୍ତି । ଖଟିଆରେ ବୁହା ହୋଇଯାଆନ୍ତି ଗର୍ଭବତୀ ମହିଳା ଓ ରୋଗୀ ବର୍ଷା ହେଲେ ଗୋଟିଏ ନଦୀ, ଦୁଇଟି ନାଳ ପାର ହୋଇ ଆସିବା ସମ୍ଭବ ହୁଏ ନାହିଁ । ସେଥିପାଇଁ ଅନେକ ଅଭାବନୀୟ ମୃତ୍ୟୁ ଘଟିଥାଏ ।ମୌଳିକ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଓ ଡେଲିଙ୍ଗିପଦର ଗାଁ ପ୍ରତିନିଧ ମାନେ ଆସି ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୂଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପ‌ତ୍ର ପ୍ରଦାନ କରିଛନ୍ତି । ୭ ଦିନ ମଧ୍ୟରେ ପୂରଣ ନ ହେବାରୁ ୨୬ ଫେବୃଆରୀ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖରେ ଖନ୍ଧା ଖୋଳି ରୋଷେଇ ହେବା ସହ ଅହରାତ୍ର ଗଣ ଗଣଧାରଣା ଦାବି ପୂରଣ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଟୁନା ମଲ୍ଲିକ ପ୍ରକାଶ କରିଛନ୍ତି । ଯେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯୋଗ୍ୟ ଯେ ୨୦୧୬ ମସିହା ଅଗଷ୍ଟ ୧୫ ତାରିଖରେ ବୁରୁଡ଼ୁଙ୍ଗି, କାଳିଆଝୋଳା, କିମ୍ବରଖଣି, ବନ୍ୟା ସାହି, ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଓ ଡେଲିଙ୍ଗିପଦର ଆଦି ଗ୍ରାମକୁ ବିଜୁଳି ଆଲୁଅ ଓ ରାସ୍ତା ଦାବିରେ ଆନ୍ଦୋଳନ କରିବା ପରେ ସେହି ସମୟର ଉପଜିଲ୍ଲାପାଳ ବସନ୍ତ କୁମାର ରାଉତ ଗାଁ ମାନଙ୍କୁ ଯାଇ ସ୍ଥିତି ଅନୁଧ୍ୟାନ କରି ୭ ଦିନ ମଧ୍ୟରେ କାମ ଆରମ୍ଭ ହୋଇ ବୁରୁଡୁଙ୍ଗି, କିମ୍ବରଖଣି, କାଳି କାଳିଆଝୋଳା, ବନ୍ୟାସାହିକୁ ବିଜୁଳି ଓ ରାସ୍ତା ବ୍ୟବସ୍ଥା ହେଲା କିନ୍ତୁ ୩ ଅକ୍ଟୋବର ୨୦୧୬ରୁ ପୂଜା ଛୁଟି ନାମରେ କାମ ବନ୍ଦ ବନ୍ଦ କରି ୭ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହେଲାପରେ ମଧ୍ୟ ଏହି ଗାଁ ମାନଙ୍କୁ ରାସ୍ତା ଓ ବିଜୁଳି ଆଲୁଅ ଯୋଗାଇବାରେ ) ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ବର୍ତ୍ତମାନ ଦାବି ପୂରଣ ହେବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ମାନେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *