
ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୦୭/୦୩/୨୪ : ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ତେଜସ୍ଵିନୀ ଦ୍ବାରା ବେଲଗୁଣ୍ଠା ବ୍ଲକ୍ ଆମ୍ବପୁଆ ମିଶନ ଶକ୍ତି ଗୃହରେ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ହେଉଥିବା ବିଦ୍ୟୁତ୍ ଜନିତ ସମସ୍ୟା ଯଥା ବିଦ୍ୟୁତ୍ କାଟ, ଲୋ ଭୋଲ୍ଟେଜ୍ ରୁ ମୁକ୍ତି ପାଇବା ପାଇଁ ସୌର ଶକ୍ତି ଭଳି ନବୀକରଣ ଯୋଗ୍ୟ ଉତ୍ସ କୁ ବ୍ୟବହାର କରି ସ୍ବାବଲମ୍ବୀ ହେବ କ୍ଷେତ୍ରରେ ଏକ କର୍ମଶାଳା ଆୟୋଜନ ହୋଇଥିଲା । ଡିଲୋକ ସଂସ୍ଥା ଦ୍ୱାରା ତେଜସ୍ଵିନୀ ସଂଗଠନ ସହଯୋଗରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ମିଶନ ଶକ୍ତି ଗ୍ରୁପ ମୁଖ୍ୟ ପୁଷ୍ପାଞ୍ଜଳି ପତି, ତେଜସ୍ଵିନୀ ସଂଗଠନ ନିର୍ଦ୍ଦେଶିକା ଜ୍ୟୋତି ସିଂ ଡୁଡୁ, ଡିଲୋକ ନେଟୱର୍କସ୍ ପ୍ରାଇଭେଟ୍ ଲିମିଟେଡ ତଥା ସୋଲାର ପ୍ରୋଜେକ୍ଟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ଛାତ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ନାରୀ ସଶକ୍ତିକରଣ ବିଷୟରେ ନିଜର ଅଭିଭାଷଣ ରଖିଥିଲେ । ଉଲ୍ଲେଖନୀୟ ଅବଦାନ ପାଇଁ ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା ।