ଭଞ୍ଜନଗର ଶାନ୍ତି ସ୍ରୋତ ଭବନରେ ମହାଶିବରାତ୍ରି ପାଳନ; ଯୋଗଦେଲେ ଅର୍ଥମନ୍ତ୍ରୀ

ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୦୮/୦୩/୨୪: ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ଶାନ୍ତି ସ୍ରୋତ ଭବନ ଠାରେ ମହାଶିବରାତ୍ରି ମହା ଆଡ଼ମ୍ବରରେ ପାଳନ କରାଯାଇଛି । ଏଥି ସହ ୬ ତାରିଖରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିଥିବା ମହାଶିବରାତ୍ରି ଦିବ୍ୟ ଦର୍ଶନ ମେଳା ଏବଂ ୮୮ ତମ ତ୍ରୀମୂର୍ତ୍ତି ଶିବ ଜୟନ୍ତୀ ଉତ୍ସବ ଶୁକ୍ରବାର ଦିନ ମହାଶିବରାତ୍ରି ଅବସରରେ ଉଦଯାପିତ ହୋଇଛି ।

ମଙ୍ଗଳବାର ପୂର୍ବାହ୍ନରେ ଧ୍ଵଜା ଉତ୍ତୋଳନ ଅବସରରେ ଅତିଥି ଭାବେ ଘୁମୁସର ପ୍ରେସ କ୍ଳବ୍ ସଭାପତି ବବି ରଥ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଅଜିତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

ବୁଧବାର ପୂର୍ବାହ୍ନରେ ମୋଟର ସାଇକେଲ ରାଲି କୁ ଏମ୍ ଭି ଆଇ ଜିତେନ୍ଦ୍ର କୁମାର ମୁର୍ମୁ ଉଦଘାଟନ କରିବା ପରେ ସହର ପରିକ୍ରମା କରାଯାଇଥିଲା । ସନ୍ଧ୍ୟାରେ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଦ୍ଵୀପ ପ୍ରଜ୍ଜ୍ୱଳନ କରି ସହସ୍ର ଜ୍ୟୋତିର୍ଲିଙ୍ଗ ର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ କାରାଧ୍ୟକ୍ଷ ଦଣ୍ଡପାଣି ପାତ୍ର ଓ ସୂଚନା – ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ସମାଜସେବୀ ଶୂଳପାଣି ଶତପଥୀ ଉପସ୍ଥିତ ଥିଲେ । କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନି ଭଉଣୀ ମେଳାର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ ।

ଗୁରୁବାର ସଂଧ୍ୟାରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ସିତାଂଶୁ ଶେଖର ଶତପଥୀ, ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଏ ସି ଏଫ୍ ବିକ୍ରମ ଦେବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ମହାଶିବରାତ୍ରି ଅବସରରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ଦ୍ଵୀପ ପ୍ରଜ୍ଜ୍ୱଳନ କରି ଶିବ ଧ୍ଵଜା ଉତ୍ତୋଳନ କରିଥିଲେ । ଦିବ୍ୟ ଦର୍ଶନ ମେଳା ରେ ପ୍ରଦର୍ଶିତ ଷ୍ଟଲ୍ ଗୁଡିକୁ ବୁଲି ଦେଖିବା ସହ ଶାନ୍ତି ସ୍ରୋତ ଭବନ ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରିଥିଲେ । ଆଜି ଅତିଥି ମାନଙ୍କ ମଧ୍ୟରେ ଏନ ଏ ସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମାଜସେବୀ ଶୂଳପାଣି ଶତପଥୀ ଉପସ୍ଥିତ ଥିଲେ । ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନି ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଦିବ୍ୟଦର୍ଶନ ମେଳାରେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଥାନା ଅଧିକାରୀ କୁମାର ମୁଦୁଲି ଏବଂ ବରିଷ୍ଠ ସାହିତ୍ୟିକ ନେତାଜୀ ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *