ମଦ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ଵସ୍ତି, ଜାମିନ ପ୍ରଦାନ କଲେ କୋର୍ଟ

ନୂଆଦିଲ୍ଲୀ (ଏଜେନ୍ସି) : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଉସ୍ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଆଶ୍ଵସ୍ତି ପାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ସମନରେ ହାଜର ହୋଇ ନ ଥିବାରୁ ଅନୁସନ୍ଧାନକାରୀ ସଂସ୍ଥା ଦ୍ଵାରା ଦୁଇଟି ମାମଲା ପଞ୍ଜୀକୃତ ହୋଇଥିଲା। ସେହି ମାମଲାରେ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। କେଜ୍ରିୱାଲଙ୍କୁ ଜାମିନ ପାଇଁ ୧୫,୦୦୦ ଟଙ୍କା ଜାମିନ ବଣ୍ଡ ଦେବାକୁ କୋର୍ଟ କହିଛନ୍ତି। ମଦ ନୀତି ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦୁଇଟି ଅଭିଯୋଗ କୋର୍ଟରେ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *