
ନୂଆଦିଲ୍ଲୀ (ଏଜେନ୍ସି): ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନବନିର୍ବାଚିତ ନିର୍ବାଚନ କମିଶନର ଗଣେଶ କୁମାର ଏବଂ ସୁଖବୀର ସିଂ ସନ୍ଧୁ ବିଜ୍ଞାନ ଭବନରେ ଏବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଆଜି ତାରିଖ ଘୋଷଣା କରିଛନ୍ତି। ତେବେ ୭ ପର୍ଯ୍ୟାୟରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।
ଲୋକସଭା ନିର୍ବାଚନ:
ପ୍ରଥମ ପର୍ଯ୍ୟାୟ- ଏପ୍ରିଲ ୧୯ ତାରିଖ, ୧୦୨ ଟି ଆସନ
ଦ୍ଵିତୀୟ ପର୍ଯ୍ୟାୟ- ଏପ୍ରିଲ ୨୬ ତାରିଖ, ୮୯ ଆସନ
ତୃତୀୟ ପର୍ଯ୍ୟାୟ- ମଇ ୭ ତାରିଖ, ୯୪ ଆସନ
ଚତୁର୍ଥ ପର୍ଯ୍ୟାୟ- ମଇ ୧୩ ତାରିଖ, ୯୬ ଆସନ
ପଞ୍ଚମ ପର୍ଯ୍ୟାୟ- ମଇ ୨୦ ତାରିଖ, ୪୯ ଟି ଆସନ
ଷଷ୍ଠ ପର୍ଯ୍ୟାୟ- ମଇ ୨୫ ତାରିଖ, ୫୭ ଟି ଆସନ
ସପ୍ତମ ପର୍ଯ୍ୟାୟ- ଜୁନ ୧ ତାରିଖ, ୫୭ ଆସନ
ତେବେ ଚଳିତ ନିର୍ବାଚନରେ ମୋଟ ୯୬ କୋଟି ୮୮ ଲକ୍ଷ ଲୋକ ମତଦାନ କରିବେ। ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୪୯.୭ କୋଟି ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୭.୧ କୋଟି ଅଟେ । ଏଥର ମୋଟ ୧.୮୨ କୋଟି ଯୁବ ମତଦାତା ପ୍ରଥମ ଥର ମତଦାନ କରିବେ ।
ଓଡିଶାରେ ଲୋକସଭା ଓ ବିଧାନସଭା ତାରିଖ ହେଲା- ମେ ୧୩ ତାରିଖ, ମେ ୨୦ ତାରିଖ, ମେ ୨୫ ତାରିଖ ଏବଂ ଜୁନ ୧ ତାରିଖ ।
ମେ ୧୩- ୨୮ଟି ବିଧାନସଭା ଆସନ ସହ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର ଲୋକସଭା ସିଟରେ ହେବ ମତଦାନ ।
ମେ 90 – ୩୫ଟି ବିଧାନସଭା ସିଟ୍ ସହ ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା ଲୋକସଭା ସିଟରେ ହେବ ଭୋଟ୍ ଗ୍ରହଣ ।
ମେ ୨୫- ୪୨ଟି ବିଧାନସଭା ଆସନ ସହ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ସିଟରେ ହେବ ମତଦାନ I
ଜୁନ ୧- ୪୨ଟି ବିଧାନସଭା ଆସନ ସହ ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ସିଟ୍ ପାଇଁ ଭୋଟ୍ ଗ୍ରହଣ ହେବ ।