ପୁଅ ଜନ୍ମଦିନରେ ରକ୍ତଦାନ ଶିବିର କରି ଉଦାହରଣ ସୃଷ୍ଟି

ଭଞ୍ଜନଗର (ବବି ରଥ/ ବିନାୟକ ଗୌଡ଼, ଓଡ଼ିଶା ଟୁଡେ) ୨୦/୦୩/୨୪: ନିଜ ପୁଅ ଜନ୍ମ ଦିନକୁ ଧୁମ୍ ଧାମରେ ମନାଇବା ପରିବର୍ତ୍ତେ ରକ୍ତ ଦାନ ଶିବିର ଆୟୋଜନ କରି ସେବା ମନୋବୃତ୍ତି ଦେଖାଇଛନ୍ତି ଭଞ୍ଜନଗର ବ୍ଲକ ଟୋକାଗଣ୍ଡା ଗ୍ରାମର ପଙ୍କଜ ଲୋଚନ ପ୍ରଧାନ । ଆଜି ବୁଧବାର ପଙ୍କଜଙ୍କ ପୁଅ ସତ୍ୟପ୍ରକାଶ ର ପ୍ରଥମ ଜନ୍ମ ବାର୍ଷିକୀ ଥିଲା । ଏହି ଅବସରରେ ବନ୍ଧୁ ପରିଜନଙ୍କୁ ଭୋଜି ଦେବା ସହ ଏକ ରକ୍ତ ଦାନ ଶିବିରର ଆୟୋଜନ କରିଥିଲେ ପଙ୍କଜ ଓ ତାଙ୍କ ପରିବାର । ସ୍ଥାନୀୟ ସିଦ୍ଧେଶ୍ୱର ମନ୍ଦିର ପରିସରରେ ବିପଦର ବନ୍ଧୁ ସଂଗଠନ ଏବଂ ସମ୍ବାଦ – ଆମ ଓଡ଼ିଶା ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ପଙ୍କଜଙ୍କ ବଡ଼ଭାଇ ଲିଙ୍ଗରାଜ ପ୍ରଧାନ । ଏହି ଶିବିରରେ ପରିବାର ଓ ସାଙ୍ଗ ସାଥୀ ମିଶି ୩୫ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ପଞ୍ଚାୟତ ସରପଞ୍ଚ ରେଶ୍ମା କୁମାରୀ ନାୟକ, ହୃଷୀକେଶ ପ୍ରଧାନ, ବିପଦର ବନ୍ଧୁ ସଂଗଠନର ପ୍ରଦୀପ କୁମାର ଜେନା, ଅରକ୍ଷିତ ପରିଚ୍ଛା, ଗୌରୀ ଶଙ୍କର ପାଣିଗ୍ରାହୀ, ବିନାୟକ ଗୌଡ଼, ପ୍ରମୋଦ ପ୍ରଧାନ, ପ୍ରଭାକର ନାୟକ, ପ୍ରଶାନ୍ତ ରାଉତ, ମୁକେଶ ସାହୁ, ଶାନ୍ତନୁ ଭୂୟାଁ, ବିଶ୍ବରଂଜନ ପଟ୍ଟନାୟକ, ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସାମ୍ବାଦିକ ବିଶ୍ବମ୍ବର ଜେନା, ନିଲୁ ବିଷୋୟୀ, ଘୁମୁସର ପ୍ରେସ କ୍ଲବ ସଭାପତି ବବି ରଥ, ବି ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *