
ଭଞ୍ଜନଗର (ବିନାୟକ ଗୌଡ଼, ଓଡ଼ିଶା ଟୁଡେ) ୨୧/୦୩/୨୪: ଗ୍ରୀଷ୍ମକାଳୀନ ରକ୍ତ ସଙ୍କଟକୁ ଦୂରୀକରଣ କରିବା ସକାଶେ ସମାଜ ସେବାରେ ନିରନ୍ତର ପ୍ରଚେଷ୍ଟା କରୁଥିବା ଭଞ୍ଜନଗରର ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ପକ୍ଷରୁ ଗୁରୁବାର ଭଞ୍ଜନଗର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଅଧ୍ୟକ୍ଷ ଧନଞ୍ଜୟ ବାଙ୍କୀ ରାଓଙ୍କ ପୌରହିତ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଦ୍ବାରା ଅନ୍ୟ ଜୀବନ ବଞ୍ଚି ପାରିବ ଆଗକୁ ଗ୍ରୀଷ୍ମ ଋତୁ ରହିଥିବାରୁ ଘୋର ରକ୍ତସଙ୍କଟ ପରିଲକ୍ଷିତ ହେବ, ତେଣୁ ଏପରି ଶିବିର ମାଧ୍ୟମରେ ପୂର୍ବରୁ ରକ୍ତଭଣ୍ଡାରରେ ରକ୍ତ ସଂଗୃହିତ କରି ସଂରକ୍ଷିତ କଲେ ବହୁ ରୋଗୀ ଉପକୃତ ହେବେ । ରକ୍ତ ଅଭାବ ରହିବ ନାହିଁ ବୋଲି ସଦସ୍ୟ ମାନେ ପ୍ରକାଶ କରିଥିଲେ । ଭଞ୍ଜନଗର ପରିବହନ ବିଭାଗ ଓ ଟାଟା ଷ୍ଟ୍ରାଇଭିର କର୍ମଚାରୀମାନେ ରକ୍ତଦାନ କରିଥିଲେ । ଏହାକୁ ଆଞ୍ଚଳିକ ପରିବହନ ଅଧୂକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଉଦ୍ଘାଟନ କରି ପ୍ରଥମେ ରକ୍ତଦାନ କରିଥିଲେ । ଶିବିର ରୁ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଥାନା ଅଧିକାରୀ କୁମାର ମୁଦୁଲି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ମେଡିକାଲ ଅଧିକ୍ଷକ ଡା. ସୀତାଂଶୁ ଶେଖର ଶତପଥୀ, ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ଏମ ଭି ଆଇ ଶର୍ମିଲା ମହାରଣା, ଅନୁପମ ବାନାର୍ଜୀ, ଶୁଳପାଣି ଶତପଥୀ, ପଞ୍ଚାନନ ପାଳ ଯୋଗ ଦେଇଥିଲେ । ଅନୁଷ୍ଠାନ ଅଧ୍ୟାପକ ଓ ଅଧ୍ୟାପିକା ମଞ୍ଜୁଳା ଭୂୟାଁ, ସ୍ବାଗତିକା ଦୀକ୍ଷିତ ଓ ଦିବ୍ୟ ରଞ୍ଜନ ଦାସ, ଦୀପକ କୁମାର ମହାରଣା, ପ୍ରମୋଦ ପ୍ରଧାନ, ଜଗନ୍ନାଥ ଟୁଡୁ, ସଂଜୀବ ହାଁସଦା, ସୁକାନ୍ତ କୁମାର ବେହେରା, ସାମ୍ବାଦିକ ବିଶ୍ବମ୍ବର ଜେନା, ଜୟକୃଷ୍ଣ ପଟ୍ଟନାୟକ, ମନୋଜ ଗୌଡ଼, ରଞ୍ଜିତ ଜେନା, ନିଲୁ ବିଷୋୟୀ, ବୀରେନ୍ଦ୍ର ସ୍ବାଇଁ, ଅରକ୍ଷିତ ପରିଛାଙ୍କ ସମେତ ବିପଦର ବନ୍ଧୁ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।