
ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୧୪/୦୪/୨୪: ଆଜି ଅପରାହ୍ନ 5ଟାରେ ସ୍ଥାନୀୟ ନାୟକ ଭବନ ଠାରେ ଡକ୍ଟର ବି. ଆର ଆମ୍ବେଦକର ଙ୍କ 134ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଙ୍କ ଆବାହକତ୍ୱରେ ଏ ଉଦ୍ଦେଶ୍ୟରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ କବି ପ୍ରଶାନ୍ତ ମହାନ୍ତି ସଭାପତିତ୍ୱ କରିଥିଲେ । ଆଲୋଚନା ରେ ସର୍ବଶ୍ରୀ ଓକିଲ ସଂଘ ର ପ୍ରାକ୍ତନ ସଭାପତି ବୈଦ୍ୟ ନାଥ ସାହୁ, ଅଭିମନ୍ୟୁ ଗୌଡ଼, ପଣ୍ଡିତ ବିପ୍ରଚରଣ ସାହୁ ବିଜୟ କୁମାର ପାତ୍ର, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ପିତାମ୍ବର ପରିଡା, ପ୍ରକାଶ ଚନ୍ଦ୍ର ସାହୁ, ହୃଷିକେଶ ସାହୁ, ଲଡ଼ୁକିଶୋର ପ୍ରଧାନ, ବି ସୁଶାନ୍ତ ପାତ୍ର, ସାମ୍ୱାଦିକ ବବି ରଥ, ପୁରୁଷୋତ୍ତମ ମହାପାତ୍ର, ରବୀନ୍ଦ୍ର ପାତ୍ର, ରଂଜିତ ଜେନା, ଚାଷୀ ମୁଲିଆ ଜିଲ୍ଲା ସଭାପତି ନିରାକାର ନାୟକ, ଗୋପାଳ କୃଷ୍ଣ ବିଷୋୟୀ, ସମାଜ ସେବୀ ଭଂଜକିଶୋର ପ୍ରଧାନ, ପଦ୍ମ ନାଭ ପ୍ରଧାନ ପ୍ରମୁଖ ଆଲୋଚନା ଅଂଶ ଗ୍ରହଣ କରିଥିଲେ । ସମସ୍ୱରରେ ସମସ୍ତେ ଡକ୍ଟର ଆମ୍ବେଦକର ଙ୍କ ସଂଗ୍ରାମୀ ଜୀବନ ଉପରେ ଆଲୋକପାତ କରିବା ସାଙ୍ଗକୁ ତାଙ୍କ ପ୍ରଣୀତ ଅଦ୍ୱିତୀୟ ସମ୍ବିଧାନ କୁ ଖର୍ବ କରିବା ପାଇଁ ଯେଉଁ ଚକ୍ରାନ୍ତ ଚାଲିଛି ଦେଶର ସମସ୍ତ ବୁଦ୍ଧିଜୀବୀ ସେ ଦିଗରେ ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି । ଲୋକସଭାରେ ଗରିଷ୍ଟ ସଂଖ୍ୟା ପ୍ରଦର୍ଶନ କରି ସମ୍ବିଧାନ ର ମୂଳ ଭିତ୍ତି କୁ ଦୋହଲାଇ ଦେବାକୁ ଅପଚେଷ୍ଟା କରାଗଲେ ଜନସାଧାରଣ ତାକୁ ବରଦାସ୍ତ କରିବେ ନାହିଁ, ସାଧୁ ସାବଧାନ ହେବାକୁ ସେମାନେ ଚେତାଇ ଦେଇଛନ୍ତି ।
ଆରମ୍ଭରେ ଆବାହକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପାଢ଼ୀଙ୍କଦ୍ୱାରା ପ୍ରସ୍ତୁତ ଭିତ୍ତି ପତ୍ର କୁ ପାଠ କରିଥିଲେ । ଯାହା ବିଶେଷ ଆଦୃତ ହୋଇଥିଲା । ସଭାଶେଷରେ ଆଚାର୍ଯ୍ୟ ରବିନାରାୟଣ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।