ଶେଷରେ କଂଗ୍ରେସରୁ ବହିଷ୍କୃତ ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ବର (ଓଡ଼ିଶା ଟୁଡେ): ଶେଷରେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଏ ନେଇ ଆଜି ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି।

ତେବେ ଏହାକୁ ନେଇ ସୁରେଶ ରାଉତରାୟ ଦୁଃଖ ପ୍ରକାଶ କରି ନାହାଁନ୍ତି। ସେ କହିଛନ୍ତି ଯେ, ଦଳର ଏହି ନିଷ୍ପତିକୁ ସ୍ବାଗତ କରୁଛି। ହେଲେ ଦଳ ପାଇଁ ମୁଁ ଯେମିତି କାମ କରୁଥିଲି ସେମିତି କରିବି।

ତେବେ ସୁର ରାଉତରାୟଙ୍କୁ ଦଳରୁ ବହିସ୍କାର କରିବାର ମୁଖ୍ୟ କାରଣ ହେଲା ତାଙ୍କ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବା। ପୁଅ ବିଜେଡିରୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପାଇଁ ସେ ପ୍ରଚାର କରୁଛନ୍ତି। ଏହା ଦଳ ବିରୋଧୀ କାର୍ଯ୍ୟ

Leave a Reply

Your email address will not be published. Required fields are marked *