ଯାଜପୁର ବସ୍ ଦୁର୍ଘଟଣା; ଆହତଙ୍କୁ ଏସସିବିରେ ଭେଟିଲେ ବିଜେଡି ନେତା ପାଣ୍ଡିଆନ

କଟକ (ଓଡ଼ିଶା ଟୁଡେ): ଯାଜପୁର ବସ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ବିଜେଡି ନେତା ଭିକେ ପାଣ୍ଡିଆନ । ଆଜି (ମଙ୍ଗଳବାର) ଭୋର୍ ସମୟରେ ସେ କଟକ ବଡ ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଆହତମାନଙ୍କ ଚିକିତ୍ସାରେ ଯେପରି କୌଣସି ତ୍ରୁଟି ନରୁହେ, ସେଥିପାଇଁ ସଜାଗ ରହିବାକୁ ଡାକ୍ତରମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ପାଣ୍ଡିଆନ । କଟକ ବଡ ମେଡିକାଲରେ ମୋଟ ୪୬ ଜଣ ଆହତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଗୁରୁତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟ ୪୧ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ୧୮ ଜଣଙ୍କୁ ଅର୍ଥପେଡ଼ିକ ବିଭାଗକୁ ସ୍ଥାନାନ୍ତର କରାଯିବ । ଆହତଙ୍କ ମଧ୍ୟରୁ ୧୪ ଜଣ ସମ୍ପୂର୍ଣ୍ଣ ଫିଟ ଅଛନ୍ତି । ସେମାନଙ୍କୁ ରୁଟିନ ଚେକ ଅପ୍ କରିବା ପରେ ଡିସଚାର୍ଜ କରାଯିବ ବୋଲି ହସ୍ପିଟାଲ କୂଳସଚିବ ଅବିନାଶ ରାଉତ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *