ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟାଇବା ଘଟଣାରେ ଦୁଇ ଗିରଫ

ମୁମ୍ବାଇ (ଏଜେନ୍ସି): ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟାଇବା ଘଟଣାରେ ମୁମ୍ବାଇ ପୋଲିସ ଦୁଇ ଜଣଙ୍କୁ ଗୁଜରାଟରୁ ଗିରଫ କରିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଉଭୟ ଅଭିଯୁକ୍ତଙ୍କୁ ଭୁଜରୁ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି। ସେମାନଙ୍କୁ ମୁମ୍ବାଇ ଅଣାଯାଉଛି।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଭିକି ଗୁପ୍ତା ଓ ସାଗର ପାଲ। ରବିବାର ପୂର୍ବାହ୍ନରେ ମୋଟର ସାଇକେଲରେ ଆସି ସେମାନେ ବାନ୍ଦ୍ରା ଅଞ୍ଚଳରେ ଥିବା ସଲମାନ ଖାନଙ୍କ ବାସଭବନ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୪ ରାଉଣ୍ଡ ଗୁଳି ଫୁଟାଇଥିଲେ। ଏହି ଘଟଣାରେ କେହି ମୃତାହତ ହୋଇନଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା ।

Leave a Reply

Your email address will not be published. Required fields are marked *