ଓଡ଼ିଶାରେ ତାପମାତ୍ରା ୪୪° ପାର୍; ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (ଓଡ଼ିଶା ଟୁଡେ): ଗ୍ରୀଷ୍ମ ପ୍ରକୋପ ଜାରି ରହିଥିବା ବେଳେ ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଦିନ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଛୁଇଁଛି । ୪୪.୩ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଶୁକ୍ରବାର ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ୪୪.୨ ସହ ବାରିପଦାରେ ଦ୍ବିତୀୟ ଉତ୍ତପ୍ତ ସହର ହୋଇଛି। ଶୁକ୍ରବାର ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ୩୨ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି। ଆଜି ଝାରସୁଗୁଡ଼ାରେ ୪୩.୮, ଅନୁଗୁଳରେ ୪୩.୭, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା । ବଲାଙ୍ଗୀର, ଭବାନୀପାଟଣା, ମାଲକାନଗିରି, ନୂଆପଡ଼ା ଓ ନୟାଗଡରେ ତାପମାତ୍ରା ୪୩ ସେଲସିୟସ ରହିଥିଲା। ତାଳଚେରରେ ୪୨.୮, କଟକରେ ୪୨.୭ ଓ ଭୁବନେଶ୍ୱର ୪୧.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ରହିବ । କାଳବୈଶାଖୀ ପ୍ରଭାବରେ ୨୧ରୁ ୨୪ ତାରିଖ ଯାଏଁ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇବ । କିନ୍ତୁ ୨୫ ତାରିଖରୁ ପୁଣି ଲେଉଟିବ ତାତି ।

ଏଣେ ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ସିଭିୟର ହିଟ୍‌ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୋୖଦ୍ଧ ଜିଲ୍ଲାକୁ ଜାରି କରାଯାଇଛି ସିନିୟର୍ ହିଟୱେଭ ୱାର୍ଣ୍ଣିଂ ।

Leave a Reply

Your email address will not be published. Required fields are marked *