
ଭୁବନେଶ୍ବର (ଓଡ଼ିଶା ଟୁଡେ): ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଏବଂ ସୌମ୍ୟରଂଜନ ପଟ୍ଟନାୟକ ବିଜେପିରେ ସାମିଲ ହେବେ । ଏ ନେଇ ଓଡିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ପ୍ରସନ୍ନ ପାଟ୍ଟଶାଣି ଗତ କିଛିଦିନ ଧରି ଚିଲିକାରୁ ଟିକେଟ ପାଇବେ ବୋଲି ଚେଷ୍ଠା କରିଥିଲେ । ହେଲେ ଦଳ ତରଫରୁ କୌଣସି ସବୁଜ ସଙ୍କେତ ନ ମିଳିବାରୁ ସେ ଅସନ୍ତୁଷ୍ଠ ହୋଇପଡିଛନ୍ତି । ଫଳରେ ସେ ବିଜେପିରେ ମିଶିବେ ବୋଲି କୁଆଡେ ତାଙ୍କ ପାଖ ଲୋକ ପ୍ରଚାର କରିଦେଲେଣି ।
ସେହିପରି ବିଜେଡିରୁ ବହିଷ୍କୃତ ହୋଇଥିବା ଖଣ୍ଡପଡା ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି । କାରଣ ସେ ଏଥର ନିର୍ବାଚନ ରଣାଙ୍ଗନରେ ଯଦି ନ ଛିଡା ହୁଅନ୍ତି ତେବେ ତାଙ୍କର ରାଜନୈତିକ କ୍ୟାରିୟରେ ଏକ ପ୍ରକାର ସମାପ୍ତ ହୋଇଯିବ । ସେଥିପାଇଁ ସେ ବିଜେପିରେ ସାମିଲ ହୋଇ ନୂଆ ରାଜନୈତିକ ଜୀବନ ଆରମ୍ଭ କରିବେ ବୋଲି ଜଣାପଡିଛି ।
ସୁତ୍ର ଅନୁସାରେ ଉଭୟ ବିଜେପି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଦଳରେ ସାମିଲ ହେବେ ବୋଲି କୁହାଯାଉଛି। ତେବେ ଉଭୟଙ୍କୁ ବିଜେପି କେଉଁଠି ଟିକେଟ ଦେବ ସେ ନେଇ ସନ୍ଦେହ ରହିଛି ।