ଘୁମୁସର ଜିଲ୍ଲା ଆନ୍ଦୋଳନ ସମ୍ପର୍କରେ ନିର୍ବାଚନ ପରିପ୍ରେକ୍ଷୀରେ ଘୁମୁସର ବିକାଶ ପରିଷଦର ପ୍ରେସ ଇସ୍ତାହାର

ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୨୧/୦୪/୨୪: ହଜାରରୁ ଉର୍ଦ୍ଧ୍ବ ବର୍ଷ ଧରି ଭଞ୍ଜ ରାଜବଂଶ ଶାସନIଧୀନ ପ୍ରାଚୀନ ଘୁମୁସର ଆଜି ସାଂସ୍କୃତିକ, ସାମାଜିକ, ଧାର୍ମିକ, ଅର୍ଥନୈତିକ, ଶୈକ୍ଷିକ, ଭୌଗୋଳିକ କ୍ଷେତ୍ରରେ ଅବହେଳିତ ହେବାର ମୁଖ୍ୟ କାରଣ ଘୁମୁସର ଜିଲ୍ଲା ଗଠନ ନହେବା ଓ ରାଜନୈତିକ ଇଛାଶକ୍ତି ଅଭାବ ରହିଛି ବୋଲି ଘୁମୁସର ବିକାଶ ପରିଷଦ ଅନୁଭବ କରିଅଛି । ଭଞ୍ଜନଗର ସ୍ଥାନୀୟ ରେଡକ୍ରସ ରୋଡ ସ୍ଥିତ ସଭାଗୃହ ଠାରେ ଘୁମୁସର ବିକାଶ ପରିଷଦ ତରଫରୁ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରାଯାଇ ପରିଷଦ ସଭାପତି ତଥା ବରିଷ୍ଟ ଆଇନଜୀବୀ ସୋମନାଥ ନାୟକ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧକ୍ଷ ବି ସୁଶାନ୍ତ ପାତ୍ର ,ବରିଷ୍ଟ ସଭ୍ୟ ରବି ନାରାୟଣ ସାମନ୍ତ ଓ ଗୋପାଳ ଚନ୍ଦ୍ରଲେଙ୍କା, ପଣ୍ଡିତ ବିପ୍ର ଚରଣ ସାହୁ, ଏ. ଝୁଲୁ, ପ୍ରତାପ ଚନ୍ଦ୍ର ସାହୁ ମିଳିତ ଘୁମୁସର ଜିଲ୍ଲା ଘୋଷଣା ସହ ସ୍ଥାନୀୟ ଅଂଚଳ ସମସ୍ୟାର ସମାଧାନ ଉପରେ ପ୍ରେସ ଇସ୍ତାହାର ଦେଇଛନ୍ତି I କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟକୁ ସ୍ଵୟ°ଶାସିତର ମାନ୍ୟତା, ଓଡିଆ ଭାଷା ସାହିତ୍ୟ ଓ ସଙ୍ଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଆଦିବାସୀ ବିଶ୍ଵ ବିଦ୍ୟାଳୟ, ଭଞ୍ଜ ସଙ୍ଗୀତର ବହୁଳ ପ୍ରଚାର ଭଞ୍ଜ ସାହିତ୍ୟକୁ ହିନ୍ଦୀ ଇଂରାଜୀ ଭାଷIରେ ଅନୁବାଦ କରିବା, ଭଞ୍ଜଙ୍କ ନାମରେ ଡାକ ଟିକଟ, କବିଙ୍କ ଶ୍ରେଷ୍ଠକାବ୍ୟ ବୈଦେହୀଶ ବିଳାସ ନାମରେ ବୈଦେହୀ ଟ୍ରେନ ପ୍ରଚଳନ, ବୀର ଚକରା ବିଶୋୟୀଙ୍କ ନାମରେ ଶାରୀରିକ ମହାବିଦ୍ୟାଳୟ ସ୍ଥାପନ, ତନରଡା ସ୍ଥିତ ପାଠାଗାରକୁ ଡିଜିଟାଲ ଲାଇବ୍ରେରୀ ରୂପାନ୍ତିକରଣ, ଖୋଲା ରଙ୍ଗମଞ୍ଚ ଓ ଘୁମୁସର ଐତିହ ସଂରକ୍ଷଣ ପାଇଁ ସଂଗ୍ରହାଳୟ ନିର୍ମାଣ କରିବା, ଭଞ୍ଜନଗରର ଉପଖଣ୍ଡ ମେଡିକାଲକୁ ଜିଲ୍ଳା ମେଡିକାଲରେ ରୂପାନ୍ତତରିତ କରିବା ସହ ENT, ଚକ୍ଷୁ ଚିକିତ୍ସାଳୟ ଖୋଲିବା ଓ ସ୍ଥାୟୀ ଜିଲ୍ଲା ମେଡିକାଲ ବୋର୍ଡ, ଆଞ୍ଚଳିକ ନିଦାନ ପରୀକ୍ଷା କେନ୍ଦ୍ର ସ୍ଥାପନ, ଘୁମୁସର କ୍ଷେତ୍ରରେ ଥିବା ଏଏସଆଇ ଅଧୀନସ୍ତ ସମସ୍ତ ପ୍ରାଚୀନ ମନ୍ଦିର ଗୁଡିକର ବିକାଶ ଓ ଦେବୋତ୍ତର ଜମିକୁ ଜବରଦଖଲ ମୁକ୍ତ , କୁଲIଡ ଉପର ବ୍ୟIଘ୍ରଦେବୀ ପୀଠକୁ ସଡକ ଓ ରୋପ୍ ୱେ ନିର୍ମାଣ, ବେଲଗୁଣ୍ଠI ପିତ୍ତଳ ମାଛ ଓ ଚଢିଆପଲ୍ଲୀ ଗୋବର କଣ୍ଢେଇ କାରିଗରୀଙ୍କ ବିକାଶ, କୋଦଣ୍ଡା କଣ୍ଢେଇନାଚ ଓ ଲୋକ ନାଟ୍ୟ କଳାର ସୁରକ୍ଷା, ସୋରଡା ଓ ଭଞ୍ଜନଗର ଜଳଭଣ୍ଡାରର ପୁନରୁଦ୍ଧାର ସହ ଥିବା ସମସ୍ତ ବୃହତ ଉଠାଜଳ ସେଚେନ(MLI)କୁ ତୁରନ୍ତ କାର୍ଯ୍ୟକ୍ଷମ, ଘୁମୁସରୀ ଗୋପାଳକଙ୍କ ସାମୁହିକ ବିକାଶ, ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର, ବିହନ କେନ୍ଦ୍ର, ପାରମ୍ପରିକ କୃଷି କରିବା ଓ OMFEDର ଚିଲିଙ୍ଗ ପ୍ଳାଣ୍ଟ ସ୍ଥାପନ, ଆସିକା ଚିନିଶିଳ୍ପ କାରଖାନା ଓ ସୂତIକଳ କେନ୍ଦ୍ରର ପୁନରୁଦ୍ଧାର, ପରିତ୍ୟକ୍ତ ଅବସ୍ଥାରେ ଥିବା ସମସ୍ତ ବିଜୁ ଗ୍ରାମୀଣ ବଜାର କାର୍ଯ୍ୟକ୍ଷମ ,ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ଥିବା ପାକିଡି ପର୍ବତମାଳରେ ଥିବା ମୟୂର ପ୍ରଜାତୀର ବିକାଶ, ବାଲିପଦର ପରିପାର୍ଶ୍ଵରେ ଥିବା କୃଷ୍ଣସାର ଅଭୟାରଣ୍ୟର ବିକାଶ, ସୋରଡା ବ୍ଲକକୁ ରାଜସ୍ଵ ଉପଖଣ୍ଡ ଓ ବଡଗଡକୁ ବ୍ଲକ ଘୋଷଣI, ବୁଗୁଡାର ବାଲିପଦର ଓ ଜଗନ୍ନାଥପ୍ରସାଦକୁ ଏନଏସି ଓ ତିନିଛକିଆରେ ବ୍ଲକ ଘୋଷଣI ,ସୋରଡା ଓ ଜଗନ୍ନାଥପ୍ରସାଦର ଆଦିବାସୀ ଆଧୁସିତ ଓ ଦୁର୍ଗମ ଅଂଚଳକୁ ପକ୍କା ରାସ୍ତା ନିର୍ମାଣ, ଭଞ୍ଜନଗରରେ ଭିନ୍ନକ୍ଷମ ବିଦ୍ୟାଳୟ ପ୍ରତିଷ୍ଠI, ସୁରତରେ ରହୁଥିବା ପ୍ରବାସୀ ଘୁମୁସର ଶ୍ରମିକମାନଙ୍କ ସ୍ଵତନ୍ତ୍ର ଯୋଜନା କରିବା ଓ ବେକାର ଯୁବକଙ୍କୁ ରୋଜଗାର ଓ ଆତ୍ମନିର୍ଭର କରିବା ପାଇଁ କ୍ଷୁଦ୍ର, କୁଟୀର ଓ ବୃହତ ଶିଳ୍ପ ସ୍ଥାପନ କରିବା ପାଇଁ ଘୁମୁସର ବିକାଶ ପରିଷଦ ଆଜି ସମସ୍ତ ରାଜନୈତିକ ଦଳ ତରଫରୁ ନିର୍ବାଚନ ଲଢୁଥିବା ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କୁ ଅନୁରୋଧ ସେମାନେ ନିର୍ବାଚନ ଇସ୍ତାହାର ଏ ବିଷୟ ଗୁଡିକ ସ୍ଥାନିତ କରିବା ଓ ପ୍ରଚାର ପ୍ରସାର ମାଧ୍ୟମରେ ଏ ପ୍ରସଙ୍ଗ ଉପସ୍ଥାପନ କରିବା ପାଇଁ ଘୁମୁସର ବାସୀଙ୍କୁ ପ୍ରତିଶ୍ରୁତି ଦିଅନ୍ତୁ ଓ ସ୍ଥାନୀୟ ସମସ୍ୟା ଗୁଡିକ ଉପରେ ରାଜନେତାମାନେ ଉତ୍ତରଦାୟୀ ହୁଅନ୍ତୁ ବୋଲି ପରିଷଦ ବିବୃତ୍ତି ଦେଇଅଛି I ଆଗାମୀ ନିର୍ବାଚନରେ ଘୁମସର ବାସୀ ଉପଯୁକ୍ତ ପ୍ରାର୍ଥୀକୁ ଚୟନ କରି ଗଣ ପର୍ବରେ ସାମିଲ ହୁଅନ୍ତୁ ବୋଲି ଘୁମୁସର ବିକାଶ ପରିଷଦ ସଦସ୍ୟ ମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *